ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କ୍ୟାଲେଣ୍ଡର

ପ୍ରଥମ ଗସ୍ତ-୧୯୨୧
ମାର୍ଚ୍ଚ ୨୩- ଦୋଳପୂର୍ଣ୍ଣିମା – କଲିକତାରୁ ଆସି କଟକରେ ପହଞ୍ଚିଲେ- କାଠଯୋଡ଼ି ନଦୀ ଶଯ୍ୟାରେ ସଭା
ମାର୍ଚ୍ଚ ୨୪- କଟକରେ ଅନ୍ୟାନ୍ୟ ସଭା
ମାର୍ଚ୍ଚ ୨୫- ଭଦ୍ରକରେ ସଭା
ମାର୍ଚ୍ଚ ୨୬- ସାକ୍ଷୀଗୋପାଳ ଗସ୍ତ ଓ ପୁରୀରେ ରହଣି
ମାର୍ଚ୍ଚ ୨୭, ୨୮ ଓ ୨୯ – ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମ
ମାର୍ଚ୍ଚ ୨୯- ବ୍ରହ୍ମପୁରରେ ସାଧାରଣ ସଭା

ଦ୍ବିତୀୟ ଗସ୍ତ-୧୯୨୫
ଅଗଷ୍ଟ ୧୯- କଟକରେ ମଧୁବାବୁଙ୍କ ଆତିଥେୟତା- ଉତ୍କଳ ଟ୍ୟାନେରି ପରିଦର୍ଶନ ଓ ସାଧାରଣ ସଭା
ଅଗଷ୍ଟ ୨୦- କୁଷ୍ଠାଶ୍ରମ ପରିଦର୍ଶନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ

ତୃତୀୟ ଗସ୍ତ-୧୯୨୭
ଡିସେମ୍ବର ୩- ପାରଳାଖେମୁଣ୍ଡିରେ କାର୍ଯ୍ୟକ୍ରମ
ଡିସେମ୍ବର ୫- ବ୍ରହ୍ମପୁରରେ କାର୍ଯ୍ୟକ୍ରମ
ଡିସେମ୍ବର ୬- ଆସ୍କା, ଗୋବରା, ରସୁଲକୋଣ୍ଡା, ବେଲଗୁଣ୍ଠା
ଡିସେମ୍ବର ୭- ପୁରୁଷୋତ୍ତମପୁର, ବୋଇରାଣୀ, ପୋଲସରା, କୋଦଳା, ଖଲ୍ଲିକୋଟ
ଡିସେମ୍ବର ୮- ରମ୍ଭା, ବାଣପୁର
ଡିସେମ୍ବର ୯- ବାଣପୁର, ବୋଲଗଡ଼
ଡିସେମ୍ବର ୧୦-୧୧- ବୋଲଗଡ଼ ରହଣି
ଡିସେମ୍ବର ୧୨ – ବୋଲଗଡ଼, ଖୋର୍ଦ୍ଧା ଓ ସାକ୍ଷୀଗୋପାଳ
ଡିସେମ୍ବର ୧୩- ସାକ୍ଷୀଗୋପାଳ ଓ ପୁରୀ
ଡିସେମ୍ବର ୧୪ – ଜଳେଶ୍ୱର ଓ ବାଲେଶ୍ବର
ଡିସେମ୍ବର ୧୫- ବାଲେଶ୍ବର, କଣ୍ଟାପାରି, ସୋରୋ
ଡିସେମ୍ବର ୧୬- ଭଦ୍ରକ, ପୀରହାଟ ଓ ଇଟାମାଟି
ଡିସେମ୍ବର ୧୭ – ଚାରବାଟିଆ, ବାଲିଆପାଳ
ଡିସେମ୍ବର ୧୮- କଟକ
ଡିସେମ୍ବର ୧୯- କଟକରେ କୁଷ୍ଠାଶ୍ରମ ଗସ୍ତ
ଡିସେମ୍ବର ୨୦-୨୧- କଟକରେ ଅବସ୍ଥାନ

ଚତୁର୍ଥ ଗସ୍ତ-୧୯୨୮
ଡିସେମ୍ବର ୨୧- ସମ୍ବଲପୁର
ଡିସେମ୍ବର ୨୨- ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମ

ପଞ୍ଚମ ଗସ୍ତ-୧୯୩୪
ମେ ୫- ଝାରସୁଗୁଡ଼ା -ସମ୍ବଲପୁରରେ କୁଷ୍ଠାଶ୍ରମ ପରିଦର୍ଶନ ଓ ସାଧାରଣ ସଭା
ମେ ୬- ବାମୁର, ଅନୁଗୁଳ, ବଅଁରପାଳ, ହିନ୍ଦୋଳ ରୋଡ୍, ମେରାମୁଣ୍ଡଳି, ସଦାଶିବପୁର ଦେଇ ରେଳ ଯୋଗେ ପୁରୀ ଯାତ୍ରା
ମେ ୭- ପୁରୀ
ମେ ୮- ପୁରୀ ସିଂହଦ୍ୱାର ନିକଟରେ ଉତ୍କଳମଣି ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସାଧାରଣ ସଭା
ମେ ୯- ଓଡ଼ିଶାରେ ପଦଯାତ୍ରା ଆରମ୍ଭ- ପୁରୀରୁ ଗୋପୀନାଥପୁର, ବୀରହରେକୃଷ୍ଣପୁର ଓ ଚନ୍ଦନପୁର
ମେ ୧୦- ଚନ୍ଦନପୁରରୁ ବୀରଗୋବିନ୍ଦପୁର, ସାକ୍ଷୀଗୋପାଳ, କାଦୁଆ ଆଶ୍ରମ, ବୀରପୁରୁଷୋତ୍ତମପୁର
ମେ ୧୧– ଦାଣ୍ଡମୁକୁନ୍ଦପୁର, ପିପିଲି
ମେ ୧୨- ପିପିଲି, ଶିଉଳା, ବାଳକାଟି
ମେ ୧୩- ବାଳକାଟି, ସତ୍ୟଭାମାପୁର, ବାଲିଅନ୍ତା
ମେ ୧୪- ବାଲିଅନ୍ତାରେ ରହଣି
ମେ ୧୫- ବାଲିଅନ୍ତାରୁ ତେଲେଙ୍ଗାପେଣ୍ଠ
ମେ ୧୬- ତେଲେଙ୍ଗାପେଣ୍ଠରୁ କାଜି ପାଟଣା ଦେଇ କଟକ

ଷଷ୍ଠ ଗସ୍ତ-୧୯୩୪
ମେ ୨୧- ବୈରୀ ରେଳଷ୍ଟେସନରୁ ପୁଣି ପଦଯାତ୍ରା ଆରମ୍ଭ, ଚମ୍ପାପୁରହାଟ ଆଶ୍ରମରେ ଅବସ୍ଥାନ
ମେ ୨୨ – ଚମ୍ପାପୁର ହାଟରୁ ଭେଡ଼ା
ମେ ୨୩- ଭେଡ଼ାରୁ ମାଳ, ଲଖନପୁର, ଗୋପୀନାଥପୁର ଦେଇ ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠରେ ରାତ୍ରିଯାପନ
ମେ ୨୪- ସତ୍ୟଭାମାପୁରରୁ ଲକ୍ଷ୍ମୀନାରାୟଣପୁର, ବହୁକୁଦ ଦେଇ ଶିଶୁଆ
ମେ ୨୫– ଶିଶୁଆରୁ ପାଟପୁର ଦେଇ ନିଶ୍ଚିନ୍ତକୋଇଲି
ମେ ୨୬- ନିଶ୍ଚିନ୍ତକୋଇଲିରୁ କାକଟିଆ ଦେଇ ସଲାର
ମେ ୨୭- ସଲାରରୁ ଭଗବତପୁର ଦେଇ କେନ୍ଦ୍ରାପଡ଼ା
ମେ ୨୮- କେନ୍ଦ୍ରାପଡ଼ାରେ ବିଶ୍ରାମ
ମେ ୨୯- କେନ୍ଦ୍ରାପଡ଼ାରୁ ବରିମୂଳ
ମେ ୩୦- ବରିମୂଳରୁ ଇନ୍ଦୁପୁର, କଳାମାଟିଆ, କାଈପଡ଼ା ଦେଇ ଅଙ୍ଗେଇସପୁର
ମେ ୩୧- ଅଙ୍ଗେଇସପୁରରୁ ବରୀ, ନେଉଳା, ସାହସପୁର
ଜୁନ୍ ୧- ସାହସପୁରରୁ ପୁରୁଷୋତ୍ତମପୁର, କବୀରପୁର ଓ ବୁଢ଼ାଘାଟ
ଜୁନ୍ ୨- ବୁଢ଼ାଘାଟରୁ ଯାଜପୁର ଦେଇ ମଞ୍ଜୁରୀ
ଜୁନ୍ ୩- ମଞ୍ଜୁରୀରୁ ଭଣ୍ଡାରିପୋଖରୀ ଦେଇ ତୋଡ଼ଙ୍ଗ
ଜୁନ୍ ୪- ତୋଡ଼ଙ୍ଗରେ ବିଶ୍ରାମ
ଜୁନ୍ ୫- ତୋଡ଼ଙ୍ଗରୁ ଭଦ୍ରକର ଗରଦପୁର ଆଶ୍ରମ
ଜୁନ୍‌ ୬-୭ – ଭଦ୍ରକର ଗରଦପୁର ଆଶ୍ରମରେ ଅବସ୍ଥାନ ଓ ସାଧାରଣ ସଭା
ଜୁନ୍‌ ୮- ପଦଯାତ୍ରା ଶେଷରେ ରେଳଯୋଗେ ମାର୍କୋଣା, ସୋରୋ, ଖନ୍ତାପଡ଼ା, ବାଲେଶ୍ବର, ହଳଦିପଡ଼ା, ଅମର୍ଦାରୋଡ୍, ଜଳେଶ୍ବର ଦେଇ ୱାର୍ଦ୍ଧା ଅଭିମୁଖେ ଯାତ୍ରା

ସପ୍ତମ ଗସ୍ତ- ୧୯୩୮
ମାର୍ଚ୍ଚ ୨୫ – ଡେଲାଙ୍ଗର ବେରବୋଇରେ ପଦାର୍ପଣ, କୃଷି ଓ ଗ୍ରାମ୍ୟ ଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟନ
ମାର୍ଚ୍ଚ ୨୬ରୁ ୩୧- ବେରବୋଇରେ ଅବସ୍ଥାନ, ସେବାସଂଘ ବୈଠକରେ ଯୋଗଦାନ,
ସାଧାରଣ ସଭାରେ ଉଦ୍‌ବୋଧନ

ଅଷ୍ଟମ ଗସ୍ତ – ୧୯୪୬
ଜାନୁଆରି ୨୦- ରେଳରେ କଲିକତାରୁ ମାନ୍ଦ୍ରାଜ ଯିବା ବେଳେ ବାଲେଶ୍ବର, ଭଦ୍ରକ, କଟକ ଓ ବ୍ରହ୍ମପୁର ଷ୍ଟେସନରେ ସମ୍ବର୍ଦ୍ଧନା

ସଂଗ୍ରାହକ: ପ୍ରହଲାଦ କୁମାର ସିଂହ

ସମ୍ବନ୍ଧିତ ଖବର