ଡାକ୍ତର ହେବା କ୍ଷେତ୍ରରେ ପ୍ରତିବନ୍ଧକ ସାଜିଥିଲା ଶରୀରର ଓଜନ ଓ ଉଚ୍ଚତା, ସୁପ୍ରିମ କୋର୍ଟଙ୍କ ଆଦେଶ ପରେ ଏବେ ମିଳିଲା ନାଁ ଲେଖାଇବାର ଅନୁମତି

ନୂଆଦିଲ୍ଲୀ : ଉଚ୍ଚତା କମ ହୋଇଥିବାରୁ ଗତ ବର୍ଷ ନିଜ ଡାକ୍ତର ହେବାର ସ୍ୱପ୍ନକୁ ପୂରା କରି ପାରି ନଥିଲେ ଗଣେଶ । ନିଟ୍‌ ପରୀକ୍ଷାରେ ୨୨୩ନମ୍ବର ରଖି ମଧ୍ୟ ତାଙ୍କୁ ମେଡିକାଲ କଲେଜରେ ନାଁ ଲେଖାଇବାର ଅନୁମତି ମିଳି ନଥିଲା । ବାଟର କଣ୍ଟା ସାଜିଥିଲା ୩ଫୁଟ୍‌ ଉଚ୍ଚତା ଓ ୧୫କିଲୋ ଓଜନ । କିନ୍ତୁ ଏବେ ସୁପ୍ରିମ କୋର୍ଟର ଆଦେଶ ପରେ ୨୦୧୯ରେ ମେଡିକାଲ କଲେଜରେ ନାଁ ଲେଖାଇବାକୁ ଯାଉଛନ୍ତି ଗଣେଶ ।

oneindia.com

ସୂଚନା ମୁତାବକ, ମେଡିକାଲ କଲେଜ କମ ଉଚ୍ଚତା ପାଇଁ ନାଁ ଲେଖାଇବାକୁ ମନା କରିବାରୁ ହାର୍‌ ନ ମାନି ଏ ନେଇ ହାଇକୋର୍ଟରେ ଅପିଲ କରିଥିଲେ ଗଣେଶଙ୍କ ପରିବାର । କିନ୍ତୁ ହାଇକୋର୍ଟ ମଧ୍ୟ ଗଣେଶ ବିରୋଧରେ ରାୟ ଶୁଣାଇଥିଲେ । ଏହା ପରେ ଗଣେଶଙ୍କ ପରିବାର ସୁପ୍ରିମ କୋର୍ଟ ଯାଇ ନିଜ ଲଢ଼େଇ ଆରମ୍ଭ କରିଥିଲେ । ଏହି ମାମଲା ଉପରେ ତର୍ଜମା କରି ଏବେ ଗଣେଶଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ସୁପ୍ରିମ କୋର୍ଟ । ଶାରୀରିକ ଅକ୍ଷମତା ଏବଂ କମ ଉଚ୍ଚତା ପାଇଁ କାହାର ସ୍ୱପ୍ନ ସାକାର ହେବାରୁ ରୋକା ଯାଇ ପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମ କୋର୍ଟ । ରାୟ ଆସିବା ପରେ ଏବେ ନିଜ ଡାକ୍ତର ହୋଇ ରୋଗୀ ସେବା କରିବାର ସ୍ୱପ୍ନ ପୂରା କରି ପାରିବେ ଗଣେଶ ।

ସମ୍ବନ୍ଧିତ ଖବର