ନୂଆଦିଲ୍ଲୀ: ଅଗଷ୍ଟ ମାସରୁ ଗଣେଶ ଉତ୍ସବ/ ଗଣେଶ ଚତୁର୍ଥୀ ଆରମ୍ଭ ହୋଇଯାଇଛି। ଏହି ଉତ୍ସବ ସେପ୍ଟେମ୍ବର ୬ ତାରିଖରେ ଶେଷ ହେବ। ଭଗବାନ ଗଣେଶଙ୍କ ଏହି ଉତ୍ସବ ଚଳିତବର୍ଷ ଭାଦ୍ରପଦ ମାସର ଚତୁର୍ଥୀ ତିଥିରୁ ନେଇ ଅନନ୍ତ ଚତୁର୍ଥୀ ପର୍ଯ୍ୟନ୍ତ ପାଳନ କରାଯାଇଥାଏ।

Advertisment

ଦେଶର ବିଭିନ୍ନ ସ୍ଥାନରେ ଗଣେଶ ଚତୁର୍ଥୀ ପର୍ବକୁ ଧୁମଧାମରେ ପାଳନ କରାଯାଉଛି। ଏହି କ୍ରମରେ ଦେଖିବାକୁ ଗଲେ ଉଦୟପୁରର ଉଦୟପୁର ଚା ରାଜା (ଭଗବାନ ଗଣେଶ)ଙ୍କୁ ଟଙ୍କାରେ ସଜା ଯାଇଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।ଗତ ମଙ୍ଗଳବାର ରାତିରେ ଭଗବାନ ଗଣେଶଙ୍କୁ ୧କୋଟି ୫୧ଲକ୍ଷ ଟଙ୍କାର ନୋଟରେ  ସଜା ଯାଇଥିବା ନେଇ ଖୁବ ଚର୍ଚ୍ଚା ହେଉଛି। ୧୭ଫୁଟ ଉଚ୍ଚ ଗଣେଶଙ୍କ ପ୍ରତିମାରେ ୫୦,୧୦୦,୨୦୦ ଓ ୫୦୦ଟଙ୍କିଆ ନୋଟ ଖଞ୍ଜା ଯାଇଛି।

ଉଦୟପୁର ଚା ରାଜାଙ୍କୁ ଗତ ୮ବର୍ଷ ଧରି ଏଭଳି ଭାବେ ନୋଟରେ ସଜା ଯାଉଛି। ପ୍ରଥମଥର ବାବା ଗଣେଶଙ୍କୁ ୫ଲକ୍ଷ, ୫୫ହଜାର ଟଙ୍କାରେ ସଜା ଯାଇଥିବା ବେଳେ ଚଳିତ ବର୍ଷ ୧.୫୧କୋଟି ଟଙ୍କାରେ ସଜାଯାଇଛି।