ଥରେ ଭିତରକୁ ଯିବା ପରେ ଫେରନ୍ତି ନାହିଁ ଲୋକେ, ଏବେ ନର୍କ ଦ୍ୱାରର ଗୁମର ଖୋଲିଲେ ବୈଜ୍ଞାନିକ

ନୂଆଦିଲ୍ଲୀ : ଚର୍ଚ୍ଚାରେ ରହସ୍ୟମୟ ନର୍କ ଦ୍ୱାର । ବିଶ୍ୱରେ ଥିବା ଅନେକ ଦେଶରେ ଏଭଳି ଅନେକ ସ୍ଥାନ ରହିଛି, ଯାହାର ରହସ୍ୟର ଖୁଲାସା ଏ ପର୍ଯ୍ୟନ୍ତ ହୋଇ ପାରି ନାହିଁ । ତେବେ ତୁର୍କୀର ପ୍ରାଚୀନ ସହର ହେରାପୋଲିସରେ ମଧ୍ୟ ସେଭଳି ଏକ ରହସ୍ୟମୟ ସ୍ଥାନ ରହିଛି, ଯାହାର ରହସ୍ୟର ଖୁଲାସା କରିଛନ୍ତି ବୈଜ୍ଞାନିକ । ଏହି ସହରରେ ଏକ ନର୍କ ଦ୍ୱାର ରହିଛି, ଯାହା ଭିତରକୁ ଥରେ ଯିବା ପରେ ଆଉ କେହି ଫେରନ୍ତି ନାହିଁ ।

କୁହାଯାଏ କି, ଏହି ମନ୍ଦିରର ସଂପର୍କରେ ଆସିବା ପରେ ମଣିଷ ସହ ପଶୁପକ୍ଷୀମାନେ ମଧ୍ୟ ମୃତ୍ୟୁବରଣ କରିଥାନ୍ତି । ଏହି ମନ୍ଦିର ଭିତରେ ଥିବା ଯୁନାନୀ ଦେବତାଙ୍କ ବିଷାକ୍ତ ନିଶ୍ୱାସ ପାଇଁ ଏଭଳି ହେଉଥିବା ଲୋକେ ବିଶ୍ୱାସ କରୁଥିଲେ । ବାରମ୍ବାର ଏଠାକୁ ଆସୁଥିବା ଲୋକଙ୍କ ମୃତ୍ୟୁ ହେବାରୁ ଲୋକେ ଏହି ମନ୍ଦିରର ଦ୍ୱାରକୁ ନର୍କର ଦ୍ୱାର ବୋଲି କହିବା ଆରମ୍ଭ କରିଥିଲେ । କିନ୍ତୁ ଏବେ ବୈଜ୍ଞାନିକମାନେ ଲୋକଙ୍କ ଅନ୍ଧବିଶ୍ୱାସକୁ ଦୂର କରିଛନ୍ତି ।

नर्क का द्वार, तुर्की
amarujala.com

ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ମନ୍ଦିର ତଳୁ ଲଗାତାର ବିଷାକ୍ତ କାର୍ବନ ଡାଇଅକ୍ସାଇଡ୍‌ ଗ୍ୟାସ୍‌ ନିର୍ଗତ ହେଉଥିବାରୁ ଲୋକଙ୍କ ମୃତ୍ୟୁ ହେଉଛି । ମନ୍ଦିର ତଳେ ଥିବା ଗୁମ୍ଫାରୁ ଅଧିକ ମାତ୍ରରେ କାର୍ବନ ଡାଇଅକ୍ସାଇଡ୍‌ ଗ୍ୟାସ୍‌ ରହିଛି । ସାଧାରଣତଃ ଭାବେ ୧୦ପ୍ରତିଶତ କାର୍ବନ ଡାଇଅକ୍ସାଇଡ୍‌ ଗ୍ୟାସ୍‌ ସଂସ୍ପର୍ଶରେ ଆସି ମଣିଷ ମୃତ୍ୟୁବରଣ କରୁଥାଏ । କିନ୍ତୁ ଗୁମ୍ଫା ଭିତରେ କାର୍ବନ ଡାଇଅକ୍ସାଇଡ୍‌ ଗ୍ୟାସ୍‌ର ମାତ୍ରା ୯୧ପ୍ରତିଶତ ରହିଛି, ଯାହା ସମସ୍ତଙ୍କ ମୃତ୍ୟୁର କାରଣ ପାଲଟୁଛି ।

ସମ୍ବନ୍ଧିତ ଖବର