ଭାରତୀୟ ଧର୍ମଧାରାର ସବୁଠାରୁ ଲୋକପ୍ରିୟ ପୁସ୍ତକ ତଥା ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିସୃତ ବାଣୀ ଶ୍ରୀମଦ୍ଦ ଭଗବଦ୍ ଗୀତାରେ ଯାହା ସବୁ ରହିଛି ସେ ସବୁକୁ ଅଧ୍ୟୟନ କରି ତାହାକୁ କାମରେ ଲଗାଇବା ପାଇଁ ଗୋଟାଏ ଜୀବନ ବି କମ୍ ପଡ଼ିଯିବ। ଗୀତାର ପ୍ରତ୍ୟେକ ଶ୍ଳୋକ, ଧାଡ଼ି ଓ ଶବ୍ଦରେ ଲୁଚି ରହିଛି ମହତ କଥା। କୌରବ, ପାଣ୍ଡବ ଯୁଦ୍ଧ ପୂର୍ବରୁ ଶ୍ରୀକୃଷ୍ଣ ସଖା ଅର୍ଜୁନଙ୍କୁ ବୁଝାଇ ଯାଇଥିବା କଥା ସବୁ ପାଲଟି ଯାଇଛି ହିନ୍ଦୁଧର୍ମର ଅତୁଳନୀୟ ଧର୍ମଗ୍ରନ୍ଥ। ଚାଲନ୍ତୁ ଗୀତା ଗୋଟାଏ କ୍ଳୋକକୁ ଆଜି ବୁଝିବା।
।।ନୈନଂ ଚିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକ:।।
।।ନା ଚୈନମ କ୍ଲେଦୟାନ୍ତପୋ ନ ଶୋଷୟତି ମାରୁତ:।।
‘ଅର୍ଥାତ: ଆତ୍ମାକୁ ଅସ୍ତ୍ର ଦ୍ୱାରା କଟାଯାଇ ପାରେନାହିଁ। ଅଗ୍ନି ଦ୍ୱାରା ଜଳା ଯାଇ ପରେନାହିଁ। ପାଣିରେ ଏହାକୁ ଓଦା କରି ପାରେନା। ପବନ ଏହାକୁ ଶୁଖାଇ ପାରେନା।’
ଆତ୍ମାର ବିନାଶ ନାହିଁ। ଆତ୍ମା ଚିରସ୍ଥାୟୀ। ଅର୍ଜୁନ ଯେତେବେଳେ ନିଜ ଆତ୍ମୀୟମାନଙ୍କ ହତ୍ୟା କରିବା କଥା ଚିନ୍ତା କରି ଭାରାକ୍ରାନ୍ତ ହୋଇ ପଡୁଥିଲେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଆତ୍ମାର ମୃତ୍ୟୁ ନାହିଁ ବୋଲି କହି ଶାନ୍ଵନା ଦେଇଥିଲେ।