ନୂଆଦିଲ୍ଲୀ: କିଛି ଦିନ ଅନ୍ତରରେ ସୋସିଆଲ୍‌ ମିଡିଆରେ କିଛି ନା କିଛି ନୂଆ ଟ୍ରେଣ୍ଡ୍‌ ଦେଖିବାକୁ ମିଳିଥାଏ। ଏବେ ଚାଲିଛି ‘ଗୁଗୁଲ୍‌ ଜେମିନି’ ଟ୍ରେଣ୍ଡ୍‌। ଏହି ଟ୍ରେଣ୍ଡ୍‌ରେ ମହିଳାମାନେ ନିଜ ଫଟୋ ଦେଇ ବିଭିନ୍ନ ଫିଗର୍‌ର ଶାଢ଼ି ପିନ୍ଧା ଶରୀରରେ ତାହାକୁ ଲଗାଇବାକୁ ଗୁଗୁଲ୍‌କୁ ଅନୁମତି ଦେଉଛନ୍ତି। ଗୁଗୁଲ୍‌ ସେହି ଫଟୋକୁ ଏଡିଟ୍‌ କରିଦେଉଛି। ମହିଳାମାନେ ତାହାକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରୁଛନ୍ତି। 

Advertisment

ଗୁଗୁଲ୍ ଜେମିନିର ଏହି 'ନାନନୋ ବାନାନା ଏଆଇ ଶାଢ଼ି ଟ୍ରେଣ୍ଡ'; ଯାହା ସାଧାରଣ ଫଟୋଗୁଡ଼ିକୁ ୯୦ ଦଶକର ବଲିଉଡ୍‌ ଶୈଳୀର କରିଦେଉଛି। ଏହି ଟ୍ରେଣ୍ଡ୍‌ଟି ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। 

ପ୍ରାୟ  ଝିଅ ଏଆଇ-ଚାଳିତ ଫ୍ୟାଶନ୍ ଟ୍ରେଣ୍ଡକୁ ଫଲୋ କରୁଥିବା ପରି ମନେ ହେଉଛି। କିଛି ନିର୍ଦ୍ଦିଷ୍ଟ ସିଫନ୍ ଶାଢ଼ି ଏବଂ ପ୍ରଚ୍ଛଦ ସହିତ ଭାଇରାଲ୍ ଏଡିଟ୍‌ଗୁଡ଼ିକୁ ସୋସିଆଲ ମିଡିଆରେ ଅପଲୋଡ୍ କରୁଛନ୍ତି। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଟ୍ରେଣ୍ଡ୍‌ରେ ଶରୀରର ରଂଗ, ଗଠନ ଓ ଆକୃତି ସବୁକୁ ମ୍ୟାଚ୍‌ କରିବା ପରି ଏଆଇ ମଡେଲ୍‌ ସହ ମହିଳାଙ୍କ ଚେହେରାକୁ ଖାପ ଖୁଆଇ ପାରୁଛି ଗୁଗୁଲ୍‌।

ହେଲେ ଏଭଳି ଏକ ଟ୍ରେଣ୍ଡ୍‌ ପାଇଁ କିଛି ଲୋକ ସୁରକ୍ଷାକୁ ନେଇ ଚିନ୍ତା ବି ପ୍ରକଟ କରୁଛନ୍ତି। ଏହା ଆବଶ୍ୟକ ପଡ଼ିଲେ ସଂଘାତିକ ବୋଲି ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହି ଟ୍ରେଣ୍ଡ୍‌କୁ ବ୍ୟବହାର କରିବା ପରେ ଜଣେ ମହିଳା ତାଙ୍କ ଅଭିଜ୍ଞତା ବାଣ୍ଟି କହିଛନ୍ତି, ‘‘ଟ୍ରେଣ୍ଡ୍‌ ଦେଖିବା ପରେ ମୁଁ ମଧ୍ୟ ଏହାକୁ ଫଲୋ କରିବାକୁ ଭାବିଲି। ସେଥିପାଇଁ ମୋର ଏକ ସାଲୱାର୍‌ ପିନ୍ଧା ଫଟୋ ମୁଁ ଅପ୍‌ଲୋଡ୍‌ କଲି। ମୋର ଏକ ଏଡିଟେଡ୍‌ ଶାଢ଼ି ପିନ୍ଧା ଫଟୋ ମୁଁ ପାଇଲି। ହେଲେ ତାହା ପରେ ଯାହା ଦେଖିଲି; ତାହା ଆପଣଙ୍କ ସହ ସେୟାର୍‌ କରିବାକୁ ମୁଁ ଉଚିତ ଭାବିଲି। ଗୁଗୁଲ୍‌ ତିଆରିଥିବା ଫଟୋରେ ମୋ ଅଣ୍ଟାରେ ଏକ କଳାଜାଇ ଥିଲା। ଯଦିଓ ମୁଁ ଯେଉଁ ଫଟୋ‌ ଦେଇଥିଲି ସେଥିରେ ଅଣ୍ଟ‌ା ଦିଶୁ ହିଁ ନଥିଲା। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ବାସ୍ତବରେ ମୋ ଅଣ୍ଟାରେ ଏକ କଳାଜାଇ ‌ଅଛି। ମୋର ପ୍ରଶ୍ନ ହେଉଛି ଗୁଗୁଲ୍‌ ଏହି ସତକୁ କିପରି ଜାଣିଲା? ସେଥିପାଇଁ ଆପଣମାନଙ୍କୁ ଅନୁରୋଧ ଯେ ଟ୍ରେଣ୍ଡ୍‌ ସହ ନିଜ ସୁରକ୍ଷାକୁ ବି ଦୟାକରି ଦୃଷ୍ଟିରେ ରଖନ୍ତୁ।’’

 ସବୁପରେ ବି ନିଜକୁ ସୁରକ୍ଷିତ ରଖିବାକୁ ବାଟ ଆମ ନିଜକୁ କାଢ଼ିବାକୁ ହେବ। ପ୍ରଥମେ ତ ଆପଣ ଗୁଗୁଲ୍‌କୁ ନିଜର ସେପରି କୌଣସି ଅଶାଳୀନ ଫଟୋ ପ୍ର‌ଦାନ କରନ୍ତୁ ନାହିଁ। ନିଶ୍ଚିତ ରୁହନ୍ତୁ ଯେ ଯେଉଁ ଫଟୋ ଦେଉଛନ୍ତି ‌ସେଥିରେ ସ୍ଥାନ, ତାରିଖ ଓ ସମୟ ଉଲ୍ଲେଖ ନାହିଁ।