ଯେଉଁମାନେ ନିୟମିତ ଭାବେ ନିଜ ପରିବାର ପାଇଁ ଔଷଧ କିଣୁଛନ୍ତି,ସେମାନଙ୍କ ପାଇଁ ଖୁସି ଖବର। ଯଦି ଆପଣ ସାମାନ୍ୟ ସତର୍କ ରହିବେ,ତେବେ ଆପଣ ଚାହୁଁଥିବା ମେଡିସିନ୍ ଶସ୍ତାରେ ଉପଲବ୍ଧ ହୋଇପାରିବ।
ଖୁବ୍ ଶୀଘ୍ର ଔଷଧ ବିକ୍ରେତାମାନେ ନିଜର ଦୋକାନରେ ଜେନେରିକ୍ ଔଷଧ ପାଇଁ ଏକ କାଉଣ୍ଟର ଖୋଲିବେ। ତା ଉପରେ ଜେନେରିକ ମେଡ଼ିସିନ୍ ଶବ୍ଦ ଲେଖାଯିବ। ଏଥିପାଇଁ ବିକ୍ରେତାଙ୍କୁ ଅନ୍ୟ ର୍ୟାକ୍ ଓ ଥାକ ତିଆରି କରିବାକୁ ପଡ଼ିବ ଦୋକାନୀଙ୍କୁ।
ଏହି ନିୟମ ଅନୁଯାୟୀ ଔଷଧ ବିକ୍ରେତା ଜେନେରିକ୍ ଔଷଧ ସେବା ନିଜ ଦୋକାନରେ ଉପଲବ୍ଧ କରାଇବେ। ଲୋକେ ଏଯାଏଁ ସେତେ ସଚେତନ ହୋଇ ନାହାନ୍ତି,ଯେଉଁ କାରଣରୁ ସେମାନେ ଜେନେରିକ୍ ଔଷଧ ଶସ୍ତାରେ ମିଳୁଥିଲେ ବି ଦାମିକା ଔଷଧ ଜରିଆରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି।
/sambad/media/post_attachments/wp-content/uploads/2018/07/medicine-2.jpg)
ଖୁବ୍ ଶୀଘ୍ର କେନ୍ଦ୍ର ସରକାର ଏହି ନିୟମ ଜାରି କରିବା ପାଇଁ ଏକ ଘୋଷଣାନାମା ଜାରି କରିବେ। ଏଥିପାଇଁ ଡ୍ରଗସ ଆଣ୍ଡ୍ କସମେଟିକ୍ ରୁଲ୍ସ ,୧୯୪୫ର ନିୟମ ୬୫ରେ ସଂଶୋଧନ ଆଣିବାର ପ୍ରସ୍ତାବ ମନ୍ତ୍ରାଳୟକୁ ପଠାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/medicine.90jpg.jpg)