ନୂଆଦିଲ୍ଲୀ: ଭାରତକୁ ଅନେକ ବିଦେଶିନୀ ବୋହୂ ହୋଇ ଆସିଥିବାର ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆ ଜରିଆରେ ହେଉ ଅବା ବିଦେଶକୁ ପଢ଼ିବାକୁ ଯାଇଥିବା ସମୟରେ ଅନେକ ଯୁବକ ବିଦେଶୀ ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥାଆନ୍ତି। ଆଉ ସବୁଦିନ ପାଇଁ ତାଙ୍କରି ସହିତ ବାଟ ଚାଲିବାକୁ ସ୍ଥିର କରି ଥାଆନ୍ତି। ବିଦେଶୀ ଯୁବତୀଙ୍କୁ ବିବାହ କରି ଘରକୁ ନେଇ ଆସି ଥାଆନ୍ତି। ଘରେ ବିଦେଶୀ ବୋହୂକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମି ଥାଏ। ଏହି କ୍ରମରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବିଦେଶୀ ବୋହୂ ଭାରତୀୟ ପୋଷାକ ପିନ୍ଧି ମଥାରେ ସିନ୍ଦୂର ଲଗାଇ ଚାଷଜମିରେ ବସି ଖୁବ ଖୁସିରେ ପିଆଜ ଲଗାଉଥିବା ଦେଖିବାକୁ ମିଳୁଛି।
ଏହି ସମୟରେ ତାଙ୍କର ଭିଡିଓ କରି ଜଣେ ପଚାରୁଛନ୍ତି, 'ମୁଁ ତୁମକୁ କିଛି ପଚାରିବି', ଯାହାପରେ ସେ ହିନ୍ଦୀରେ କହୁଛନ୍ତି 'ହଁ ନିଶ୍ଚିତ' |
View this post on Instagram
ତା’ପରେ ସେହି ବ୍ୟକ୍ତି ତାଙ୍କୁ ପଚାରୁଛନ୍ତି 'ତୁମେ କେଉଁଠାରୁ ଆସିଛ', ବିଦେଶିନୀ କହୁଛନ୍ତି 'ମୁଁ ଜର୍ମାନରୁ ଆସିଛି' ଏବଂ ଏଠାରେ କ୍ଷେତରେ ପିଆଜ ଲଗାଉଛି।’
ଏହାପରେ ଉକ୍ତ ବ୍ୟକ୍ତି ଜଣକ କହିଥିଲେ ଯେ ତୁମେ ପିଆଜ ଲଗାଇବା ପାଇଁ ଜର୍ମାନୀରୁ ଭାରତ ଆସିଛ? ବ୍ୟକ୍ତିଙ୍କ ଏଭଳି କଥା ଶୁଣି ବିଦେଶିନୀ ହସିବାକୁ ଲାଗିଥିଲେ। ତେବେ ବିଦେଶିନୀ ବୋହୁ ଚାଷଜମିରେ ପିଆଜ ଲଗାଉଥିବା ବେଳେ ତାଙ୍କ ଶାଶୁ ବି ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି।