କାର୍ଯ୍ୟାଳୟ ଭିତରେ ଭାରତୀୟ ସାଥୀଙ୍କ ସହିତ କ୍ରିକେଟ ଖେଳିବା ଶିଖୁଛନ୍ତି ଜର୍ମାନ ଅଧିକାରୀ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ କେରଳ ଓ କର୍ଣ୍ଣାଟକ ପାଇଁ ଥିବା ଜର୍ମାନ ବାଣିଜ୍ୟ ଦୂତାବାସ ଅଚିମ ବୁର୍କାର୍ଟ ବାଣିଜ୍ୟ ଦୂତାବାସରୁ ଏକ ମଜାଳିଆ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଦେଖି ଆପଣ ଭାବୁ ଥାଇ ପାରନ୍ତି କି ଏଥିରେ ଏମିତି କ’ଣ ଅଛି?।

ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଜର୍ମାନ ଅଧିକାରୀ ନିଜର ଭାରତୀୟ ସାଥୀଙ୍କ ସହିତ କ୍ରିକେଟ ଖେଳୁଛନ୍ତି। ଅଧିକାରୀ ଅଫିସ ଭିତରେ କ୍ରିକେଟ ଖେଳି ଲଞ୍ଚ ବ୍ରେକର ପୂରା ଫାଇଦା ଉଠାଉଥିବା ଦେଖିବାକୁ ମିଳିଛି। ଜର୍ମାନୀର ଜଣେ ଅଧିକାରୀଙ୍କ ସହିତ ଦୁଇ ଭାରତୀୟ ଅଧିକାରୀ ବଲିଂ କରୁଥିବା ବି ନଜରକୁ ଆସିଛି।

 

ଏହି ଭିଡିଓକୁ ଏଯାବତ ୩୨ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି। ଭିଡିଓ କ୍ୟାପସନରେ ଲେଖାଯାଇଛି, ‘ଲଞ୍ଚ ବ୍ରେକ ସମୟରେ ମୋର ଭାରତୀୟ ସାଥୀ ମୋର ଜର୍ମାନ ସାଥୀଙ୍କୁ କ୍ରିକେଟ ଖେଳ ଶିଖାଇବାକୁ ଚେଷ୍ଟା କରୁଛନ୍ତି।

ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି ‘ଅଦ୍ଭୁ୍ତ ବିଚାର, ବହୁତ ବଢ଼ିଆ’।

ସମ୍ବନ୍ଧିତ ଖବର