‘ଏହି କୁମ୍ଭୀରଟି ବିଶ୍ୱର ସବୁଠାରୁ ଦାୟିତ୍ୱବାନ୍ ପିତା, ଏହାଠାରୁ କିଛି ଶିଖିବାର ଅଛି’ ବୋଲି କାହିଁକି କହୁଛନ୍ତି ବ୍ୟବହାରକାରୀ ଜାଣନ୍ତୁ

ନୂଆଦିଲ୍ଲୀ: ଟୁଇଟରରେ ନିକଟରେ ଏକ କୁମ୍ଭୀରର ଫଟୋ ଭାଇରାଲ ହୋଇଛି। ଏହି ଫଟୋରେ କୁମ୍ଭୀର ତା’ର ଛୁଆଙ୍କୁ ପାଣିରୁ ଛାଣି କୂଳକୁ ଆଣିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଫଟୋ ବେଶ ପସନ୍ଦ କରୁଛନ୍ତି।

ଏହି ଫଟୋଟିକୁ ଆଇଏଫ୍‌ଏସ୍‌ ଅଧିକାରୀ ପ୍ରବିନ କାଶୱାନ ସେୟାର କରିଥିବା ଜଣାପଡିଛି। ଯେଉଁଥିରେ ଗୋଟିଏ କୁମ୍ଭୀର ତା’ର ଛୁଆଙ୍କୁ ପିଠିରେ ବସାଇ ନଈ ପାର ହୋଇ କୂଳକୁ ଆସିବାକୁ ଉଦ୍ୟମ କରୁଛି। ଏହି ଫଟୋଟିକୁ ଧୃତିମାନ୍ ମୁଖାର୍ଜୀ ଉଠାଇଥିବା ସେ ଲେଖିଛନ୍ତି। ଏମାନଙ୍କ ସଂରକ୍ଷଣ ହିଁ ଏମାନଙ୍କ ପ୍ରଜାତିର ବଂଶ ବୃଦ୍ଧି କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ଫେବ୍ରୁଆରି ୬ରେ ସେୟାର କରାଯାଇଥିବା ଏହି ଫଟୋଟିକୁ ଏ ପର୍ଯ୍ୟନ୍ତ ଅନେକଲୋକ ଟୁଇଟ କରି ସାରିଲେଣି। ସେହିପରି ଏହି ଫଟୋକୁ ୫ ହଜାରରୁ ଅଧିକ ଲାଇକ୍‌ ମିଳିବା ସହ ୧ ହଜାରରୁ ଅଧିକ କମେଣ୍ଟ ମିଳି ସାରିଲାଣି।

ଏହି ଫୋଷ୍ଟକୁ ଦେଖିବାକୁ ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ଏହି କୁମ୍ଭୀର ଯେଭଳି ଯତ୍ନର ସହ ତାର ଛୁଆମାନଙ୍କୁ ପିଠିରେ ବସାଇ ନେଉଛି, ସେ ହେଉଛି ବିଶ୍ୱର ସବୁଠାରୁ ଦାୟିତ୍ୱବାନ ପିତା’। ଏହି ଫଟୋରେ ବହୁତ କିଛି ଶିଖିବାକୁ ଅଛି ବୋଲି କେହି କେହି ବ୍ୟବହାରକାରୀ ନିଜ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର