ଆସନ୍ତାକାଲିଠାରୁ ନବରାତ୍ରୀ ଆରମ୍ଭ; ଜାଣନ୍ତୁ ଆବଶ୍ୟକୀୟ ଉପକରଣ ଓ ପୂଜାବିଧି

ଅକ୍ଟୋବର ୧୦ ତାରିଖ ଅର୍ଥାତ, ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଚଳିତବର୍ଷର ଶାରଦୀୟ ନବରାତ୍ରୀ। ଏହା ହେଉଛି ସମଗ୍ର ହିନ୍ଦୁ ଜାତିର ଏକ ବିରାଟ ଉତ୍ସବ। ନଅ ରାତି ଧରି ଏହି ପୂଜା ଚାଲୁଥିବାରୁ ଏହା ନବରାତ୍ରୀ ନାମରେ ପରିଚିତ। ହିନ୍ଦୁ ମହିଳାମାନେ ୯ ଦିନ ଯାକ ଦେବୀଙ୍କ ଅରାଧାନା କରିଥାନ୍ତି ଏହି ସମୟରେ। ନଅଟା ଯାକ ରାତିରେ ମାଆ ଦୁର୍ଗାଙ୍କର ଭିନ୍ନ ରୂପକୁ ଆରାଧନା କରାଯାଏ। ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଦାଣ୍ଡିଆ ଖେଳ ମଧ୍ୟ ଆଜିକାଲି ପ୍ରାୟ ଯୋଡ଼ି ହୋଇଗଲାଣି।

ଆପଣ ଯଦି ନବରାତ୍ରୀ ସମୟରେ ମାଆ ଦୁର୍ଗାଙ୍କ ପୂଜା କରିବାକୁ ଚାହାନ୍ତି ତେବେ ଆମେ ଆପଣଙ୍କୁ କିଛି ସରଳ ଉପାୟ ବତାଇବୁ। ଦୁର୍ଗାପୂଜାର ଅର୍ଥ ସୈତାନ ଶକ୍ତି ଉପରେ ଦୈବ ଶକ୍ତିର ବିଜୟ। ମହିଶାଶୁରକୁ ବଧ କରି ମାଆ ଦୁର୍ଗା ଯୁଗ ଯୁଗ ପାଇଁ ଏହି ବାର୍ତ୍ତା ଦେଇ ଯାଇଛନ୍ତିି। ଭବାନୀ, ଅମ୍ବା, ପାର୍ବତୀ ଆଦି ମାଆଙ୍କର ଭିନ୍ନ ରୂପ। ଦୁର୍ଗାପୂଜା ପଛରେ ଆଉ ଏକ କାହାଣୀ ମଧ୍ୟ ରହିଛି। ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରିବା ପାଇଁ ମାଆ ଦୁର୍ଗାଙ୍କ ଆରାଧନା କରି ଶକ୍ତି ପାଇଥିଲେ। ସେଥିପାଇଁ ହିଁ ମାଆଙ୍କୁ ବିଜୟା ବୋଲି କୁହାଯାଏ। ମାଆଙ୍କ ଭକ୍ତମାନେ ସବୁ କ୍ଷେତ୍ରରେ ବିଜୟ ଲାଭ କରିଥାନ୍ତି।

ପୁଜା ପାଇଁ ପ୍ରଥମେ ଦୁର୍ଗା ମୂର୍ତ୍ତିଟିର ଆବଶ୍ୟକତା ରହିଛି। ମାଆଙ୍କୁ ଗାଧୋଇ ଦେବା ପରେ ଏକ ଓଢ଼ଣିରେ ଢାଙ୍କି ଦିଅନ୍ତୁ। ଦୁର୍ଗା ଶପ୍ତଶକ୍ତି ବହି, କଳସରେ ଗଙ୍ଗାଜଳ, ଆମ୍ଭ ଡାଳ, ଘାସ ଚନ୍ଦନ, ନଡ଼ିଆ, ସିନ୍ଦୂର, ନାଲି ସୂତା, ଅରୁଆ ଚାଉଳ, ଗୁଜୁରାତି, ପାନ ଓ କୁମ୍‌କୁମ୍‌ ଆଦି ଯୋଗାଡ଼ କରି ରଖନ୍ତୁ। ଏହା ବ୍ୟତୀତ, ଦୀପ, ଧୂପ, ଗୁଆ ଧଳା ଫୁଲ, ଏବଂ ଭୋଗ ପାଇଁ ଫଳ ସଜାଡ଼ି ଦିଅନ୍ତୁ।

ମାଆଙ୍କୁ ଓଢ଼ଣିରେ ଢାଙ୍କି ଦେବା ପରେ ଧୂପ, ଦୀପ ଆଦି ଲଗାଇ ଦିଅନ୍ତୁ। କଳସ, ଆମ୍ଭଡାଳଳ ଘାସ ଓ ଗୁଆରେ ଦେବୀଙ୍କ ସମ୍ମୁଖରେ କଳାସ ବସାନ୍ତୁ। ଚନ୍ଦନ, ସିନ୍ଦୂର ଓ କୁମ୍‌କୁମରେ ଦେବୀଙ୍କୁ ସଜେଇ ଦିଅନ୍ତୁ। ପୂଜା ପୂର୍ବରୁ ଦୁର୍ଗା ଶପ୍ତଶକ୍ତି ବହ ପାଠ କରନ୍ତୁ। ଗଙ୍ଗାଜଳକୁ ଦେବୀଙ୍କ ଉପରେ ଛିଞ୍ଚି ନାଲି ସୂତାକୁ ତାଙ୍କ ବେକରେ ପକାନ୍ତୁ। ଅରୁଆ ଚାଉଳ ପକାଇ ଦେବୀଙ୍କ ବନ୍ଦାବପା କରିବା ପରେ ପାନ, ଗୁଜୁରାତି ଆସି ସାମ୍ନାରେ ରଖି ଫଳ କାଟି ଏକା ସହ ଭୋଗ ଲାଗନ୍ତୁ। ଧଳା ଫୁଲରେ ମାଆଙ୍କୁ ସଜାଇଲେ ସେ ଖୁବ୍‌ ଖୁସି ପ୍ରିତ ହୋଇଥାନ୍ତି। ଏପରି ଭାବେ ପୂଜା ସଂପନ୍ନ କରନ୍ତୁ।

ସମ୍ବନ୍ଧିତ ଖବର