ଅଫିସରେ ଏଭଳି ଶବ୍ଦ ଶୁଣିବା ପରେ ନିଜ ସହ ସମସ୍ତ କର୍ମଚାରୀଙ୍କ ଉପରେ ୧୦,୦୦୦ଟଙ୍କାର ଜରିମାନା ଲଗାଇଲେ ଜିଲ୍ଲାପାଳ

ଗାଜିଆବାଦ୍‌ : ଉତ୍ତରପ୍ରଦେଶର ଗାଜିଆବାଦ୍‌ରେ ଜଣେ ଜିଲ୍ଲାପାଳ କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖବରଟି ସାମ୍ନାକୁ ଆସିବା ପରେ ଲୋକେ ଜିଲ୍ଲାପାଳଙ୍କ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି । ନିଜେ କରି ନଥିବା ଭୁଲ ପାଇଁ ସେ ଜରିମାନା ଦେବା ଘଟଣା ଏବେ ଲୋକଙ୍କୁ ତାଙ୍କ ଭଳି କାମ କରିବା ପାଇଁ ଅନୁପ୍ରାଣିତ କରିଛି ।

क्यों कलेक्टर ने खुद पर लगाया 10,000 का जुर्माना, वजह दिलचस्प
aajtak.intoday.in

ସୂଚନା ମୁତାବକ, ଜିଲ୍ଲାପାଳ ଅଜୟ ଶଙ୍କର ପାଣ୍ଡେ ଠିକ୍‌ ସମୟରେ ଅଫିସ ପହଞ୍ଚିବା ସହ ନିଜ ଅଫିସ କୋଠରିର ସଫା ନିଜେ କରିଥାନ୍ତି । ପ୍ରତିଦିନ ସେ ନିର୍ଦ୍ଧାରିତ ସମୟ ୯ଟା ୩୦ମିନିଟ୍‌ରେ ପହଞ୍ଚି ନିଜର କାମ ଆରମ୍ଭ କରନ୍ତି । ଘଟଣା ଦିନ ସେ ଅଫିସ ପହଞ୍ଚି ନିଜ ଅଫିସ କୋଠରିର ସଫେଇ କରିବା ସହ ବିଶ୍ରାମଗାରକୁ ଯାଇଥିଲେ । ଏହି ସମୟରେ ସେ ଏକ ଶବ୍ଦ ଶୁଣି ଜଣେ କର୍ମଚାରୀଙ୍କୁ ଡ଼ାକି ଶବ୍ଦଟି କେଉଁଠୁ ଆସୁଛି ବୋଲି ପଚାରିଥିଲେ । ଯାହା ପରେ କର୍ମଚାରୀଜଣଙ୍କ ପାଣି ଟାଙ୍କି ଭରିଯାଇ ପାଣି ତଳକୁ ପଡ଼ୁଥିବାର ଶବ୍ଦ ବୋଲି ଜଣାଇଥିଲେ । କେତେ ସମୟ ହେଲାଣି ପାଣି ପଡ଼ୁଛି ବୋଲି ପଚାରିବା ପରେ କର୍ମଚାରୀଜଣଙ୍କ ୧୦ମିନିଟ୍‌ ହେବ ବୋଲି କହିଥିଲେ । ୧୦ମିନିଟ୍‌ ପର୍ଯ୍ୟନ୍ତ ପାଣି ନଷ୍ଟ ହୋଇଥିବା ଜାଣି ସେ ଅଫିସର ସମସ୍ତ କର୍ମଚାରୀଙ୍କ ସମେତ ନିଜ ଉପରେ ୧୦,୦୦୦ଟଙ୍କାର ଜରିମାନା ଲଗାଇଥିଲେ । ଅଫିସରେ ଯେହେତୁ ସମସ୍ତେ ପାଣିର ବ୍ୟବହାର କରୁଛନ୍ତି, ଏହାର ସଂରକ୍ଷଣର ଦାୟିତ୍ୱ ମଧ୍ୟ ସମସ୍ତଙ୍କର ହେବା ଦରକାର । ଯେହେତୁ ଅଫିସର ସମସ୍ତ କର୍ମଚାରୀ ସଂରକ୍ଷଣ କରିବାରେ ବିଫଳ ହୋଇଛନ୍ତି. ସେଥିପାଇଁ ସମସ୍ତେ ଜରିମାନା ଦେବାକୁ ବାଧ୍ୟ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର