ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦର ମଧୁବନ୍ ବାପୁଧାମ୍ ପୁଲିସ ଷ୍ଟେସନରୁ ଏକ ବିଶାଳ ସାପ ଉଦ୍ଧାର ହୋଇଛି। ସୌଭାଗ୍ୟବଶତଃ ଉକ୍ତ ସାପ କାହାକୁ କିଛି କ୍ଷତି ପହଞ୍ଚାଇ ନାହିଁ। ତାକୁ ସୁରକ୍ଷିତ ଭାବେ ଜେଲ ଲକଅପ ଭିତରୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦିଆଯାଇଛି।
ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଗାଜିଆବାଦର ମଧୁବନ୍ ବାପୁଧାମ୍ ପୁଲିସ ଷ୍ଟେସନ ଲକଅପ ଭିତରେ ଏକ ନାଗସାପ ଫଣା ଟେକି ବସିଥିବା ପୁଲିସ କର୍ମଚାରୀ ଦେଖିବାକୁ ପାଇଥିଲେ। ଭୟରେ ସେମାନେ ଷ୍ଟେସନ ବାହାରକୁ ଚାଲି ଆସି ବନବିଭାଗଙ୍କୁ ଖବର ଦେଇଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ମଧୁବନ୍ ବାପୁଧାମ୍ ପୁଲିସ ଷ୍ଟେସନରେ ପହଞ୍ଚି ଲକଅପ ଭିତରୁ ନାଗସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ସାପ ଉଦ୍ଧାର ହେବାପରେ ଉକ୍ତ ପୁଲିସ ଷ୍ଟେସନର କର୍ମଚାରୀମାନେ କହିଛନ୍ତି, ‘ଲକଅପ ନିକଟରେ ଥିବା ଅଲମାରୀକୁ କାଗଜ ଆଣିବାକୁ ଯାଉଥିବା ବେଳେ ଜଣେ କର୍ମଚାରୀ ସେଠାରେ ସାପ ଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ସେଠାରୁ ଡିଆଁ ମାରି ବାହାରକୁ ଚାଲି ଆସିଥିଲେ।
उत्तर प्रदेश : गाजियाबाद में पुलिस स्टेशन की हवालात में कोबरा सांप निकला है। गनीमत रही कि उस वक्त हवालात में कोई बंद नहीं था। खैर, इस मामले ने हवालात में स्वच्छता के दर्शन भी करा दिए। pic.twitter.com/VMEqZSyZXu
— Sachin Gupta (@SachinGuptaUP) July 11, 2024
ଏହି ଘଟଣାକୁ ନେଇ ଆମେ ଭୟଭୀତ ହୋଇଯାଇଥିଲୁ। ବେଳା ଭଲ ଥିଲା ସାପ ପସିଥିବା ଲକଅପ ଭିତରେ କୌଣସି କଏଦୀ ନଥିଲେ। ନଚେତ ଯଦି ସର୍ପ ଦଂଶନରେ କୌଣସି କଏଦୀଙ୍କର କିଛି ହୋଇଯାଇଥାଆନ୍ତା ତେବେ ଆମ ଉପରେ ବିଡ଼ବିଦର ପାହାଡ଼ ଛିଣ୍ଡି ପଡ଼ିଥାଆନ୍ତା।’