ନୂଆଦିଲ୍ଲୀ: କଫି ପିଇବାକୁ ଆମେ ସମସ୍ତେ ଭଲ ପାଆନ୍ତି । ଭାରତରେ ହେଉ ବିଶ୍ବର ଅନେକ ସ୍ଥାନରେ ଲୋକେ ନିଜ ଦିନର ଆରମ୍ଭ କଫି କିମ୍ବା ଚା’ରୁ ଆରମ୍ଭ କରନ୍ତି । ପ୍ରାୟତଃ ଆମେ କ୍ଷୀରରେ ପ୍ରସ୍ତୁତ କଫି କିମ୍ବା ବ୍ଲାକ କଫି ପିଇଥାଉ । ହେଲେ ଯଦି କଫିରେ ଏମିତି ଏକ ଜିନିଷ ମିଶାଇ ଦିଆଯିବ ତାହାଲେ ସେ କଫି ଅଧିକ ସୁନ୍ଦର ଲାଗିବା ସହ ଦେହ ପାଇଁ ହିତକର ହେବା ସହ ଶରୀରକୁ ଉର୍ଜା ଦେବ ।
କଫିରେ ମିଶାନ୍ତୁ ଘିଅ
ଘିଅ ମିଶ୍ରିତ କଫି ଶରୀର ପାଇଁ ବେଶ୍ ଲାଭଦାୟକ । ଏହି କଫି ଅନ୍ୟ କଫି ଅପେକ୍ଷା ଦେହ ପାଇଁ ଭଲ । ବଲିଉଡର ଅନେକ ଅଭିନେତା ଏପରି କଫିକୁ ବହୁତ ପସନ୍ଦ କରିଥାନ୍ତି ।
ଘିଅ କଫି ପିଇବା ଦ୍ବାରା ଶରୀର ଫୁର୍ତ୍ତି ରୁହେ । ଏଥିରୁ ଉର୍ଜା ମିଳେ ଯାହା ଶରୀରକୁ ସକ୍ରିୟ ରଖେ, କାମ କଲେ ବି ଥକିବାକୁ ଦିଏନି । ଦେଶୀ ଘିଅର କଫି ଶରୀରର ପାଚନ ପ୍ରକ୍ରିୟାରେ ସାହାଯ୍ୟ କରେ ।
ଶୀତ ଦିନେ ହେଉ କି ବର୍ଷାରେ ଯଦି ଆପଣ ଭିଜିଯାଇଛନ୍ତି ତାହାଲେ ଘିଅ କଫି ଟିକେ ଗରମା ଗରମ ପିଇଦେଲେ ଦେହ ଫୁର୍ତ୍ତି ଲାଗିବା ସହ ଥଣ୍ଡା ହେବାକୁ ଦିଏନି । ତେବେ ସାଧାରଣତ ଯେମିତି କଫି କରାଯାଏ ସେମିତି ପ୍ରସ୍ତୁତ କରି ସେଥିରେ ଏକ ଚାମଚ ଘିଅ ପକାଇ ସବୁଦିନ ପିଇଲେ ତାହା ଶରୀରକୁ ସୁସ୍ଥ ରଖେ ।