ନୂଆଦିଲ୍ଲୀ: ଗତ ଗିଛି ଦିନ ହେବ ଯୁବପିଢ଼ିଙ୍କୁ ଘାରିଛି ‘ଘିବ୍ଲି’ ନିଶା। ଓପନ୍ ଏଆଇ ଲଞ୍ଚ୍ କରିଥିବା ଚାଟ୍ଜିଟିପିର ଘିବ୍ଲି ଷ୍ଟାଇଲ୍ ଫଟୋ ସୋସିଆଲ୍ ମିଡିଆେ କୁଢ଼ କୁଢ଼ ଦେଖିବାକୁ ମିଳୁଛି। ସେଲିବ୍ରିଟି, ରାଜନେତାରୁ ନେଇ ସାଧାରଣ ବ୍ୟବହାରକାରୀ ଅଦି ସମସ୍ତେ ଏହାକୁ ବ୍ୟବହାର କରୁଛନ୍ତି। ମାତ୍ର କେଇ ଦିନ ଭିତରେ ଘରେ ଘରେ ପରିଚିତ ହୋଇଗଲାଣି ଘିବଲି ଷ୍ଟାଇଲ। କିଏ ଚାଟ୍ ଜିପିଟିରେ ନିଜ ଫଟୋକୁ ଘିବଲୀ ଷ୍ଟାଇଲ କରୁଛି ତ ଆଉ କିଏ ବିଭିନ୍ନ ଆପ୍ ସାହାଯ୍ୟରେ ତିଆରି କରୁଛନ୍ତି ଘିବଲୀ ଷ୍ଟାଇଲ ଫଟୋ ।
ଆପଣଙ୍କୁ ବି ଏହି ଟ୍ରେଣ୍ଡ ଆକୃଷ୍ଟ କରିଛି କି ? ଅନ୍ୟଙ୍କୁ ଦେଖି ଆପଣ ବି ଘିବଲୀ ଷ୍ଟାଇଲ ଫଟୋ ତିଆରି କରିଛନ୍ତି କି? ଯଦି ଏଭଳି କରୁଛନ୍ତି ତେବେ ହୋଇଯାନ୍ତୁ ସାବଧାନ । କାରଣ ଏହି ଘିବଲୀ ଆପଣଙ୍କୁ ବଡ ସମସ୍ୟାରେ ପକାଇପାରେ । କିନ୍ତୁ କିଛି ସମୟର ଖୁସି ଆପଣଙ୍କୁ ବିପଦରେ ପକାଇପାରେ । ଆପଣଙ୍କ ଫଟୋ ଆଗକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର ହେବ ତାହା କାହାକୁ ଜଣାନାହିଁ । ସାଇବର ଠକ ଏହି ଫଟୋକୁ ଅପବ୍ୟବହାର କରିପାରନ୍ତି ବୋଲି ସତର୍କ କରାଇଛନ୍ତି ସାଇବର ବିଶେଷଜ୍ଞ।
ଆଗକୁ ଏହା ଗୋପନୀୟତା ଏବଂ ତଥ୍ୟ ସୁରକ୍ଷାର ସମସ୍ୟା ମଧ୍ୟ ଉଠାଇ ପାରେ। ଟ୍ରେଣ୍ଡର ଲୋକପ୍ରିୟତା ବୃଦ୍ଧି ପାଇବା ସହ ଏହା ଭାବିବା ଗୁରୁତ୍ୱପୂର୍ଣ୍ଣ ଯେ, ଆମର ତଥ୍ୟ କିପରି ବ୍ୟବହାର ହେଉଛି? ସୁରକ୍ଷା ଉଲଘଂନ ହେଲେ ବ୍ୟକ୍ତିଗତ ଚିତ୍ର ଲିକ୍ ହେବାର ସମ୍ଭାବନା ଅଧିକ ରହିଛି। ଆପଣ ଅପଲୋଡ୍ କରୁଥିବା ଫଟୋ ତୃତୀୟ ପକ୍ଷକୁ ବିକ୍ରି କରାଯାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/04/02/WRKi75h2TdUnF3NLBdbu.jpg)