ଭୂତ ତଡ଼ିବାକୁ ଲାଗେ ମେଳା, ଦୂରଦୂରାନ୍ତରୁ ତାନ୍ତ୍ରିକଙ୍କୁ ଭେଟିବାକୁ ଆସନ୍ତି ଲୋକେ

ପାଟ୍‌ନା: ଦୁନିଆ ଯେତେ ଆଗକୁ ଗଲେ ବି ଲୋକଙ୍କ ମନରେ ଭୂତ ପ୍ରେତକୁ ନେଇ ବିଶ୍ବାସ ଏଯାଏ ବି ରହିଛି। ‌ଲୋକେ ଆଜି ବି ଏହି ଅନ୍ଧବିଶ୍ବାୟ ମାୟାରେ ବାୟା ହୋଇ ସମାଧାନ ପାଇଁ ଯାଇ ତାନ୍ତ୍ରିକ ନିକଟରେ ପହଞ୍ଚୁଛନ୍ତି। ବିହାରର ସମସ୍ତପୁରରେ ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ମଣିଷ ଶରୀରରୁ ଭୂତ ଛଡ଼େଇବା ପାଇଁ ସଂପୃକ୍ତ ଅଞ୍ଚଳରେ ଏକ ମେଳା ଲାଗୁଛି। ଲୋକେ ନିଜର ନାବାଳିକା ଝିଅମାନଙ୍କୁ ନେଇ ଭୂତ ଛଡ଼ାଇବା ପାଇଁ ତାନ୍ତ୍ରିକଙ୍କ ପାଖରେ ପହଞ୍ଚୁଛନ୍ତି। ତାନ୍ତ୍ରିକ ଭୂତ ଛଡ଼ାଇବା ନାମରେ ଯାହା ପାଉଣା ମାଗୁଛି ଲୋକେ ତାହା ଦେଉଛନ୍ତି ମଧ୍ୟ।

ଏହି ମେଳା ଶଙ୍କରପୁର ପଞ୍ଚାୟତ ୧୪ ନମ୍ବର ୱାର୍ଡରେ ଲାଗିଛି। ଏହି ମେଳାର ଭିଡିଓ ବି ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ମେଳାରେ ଦେଖିବାକୁ ମିଳିଛି ଯେ ଭୂତ ତଡ଼ିବା ନାଁରେ ତାନ୍ତ୍ରିକ ନାବଳିକାଙ୍କ ଚୁଟିକୁ ଟାଣିବାରେ ଲାଗିଛନ୍ତି। ସେ ଚୁଟି ଟାଣି ତନ୍ତ୍ରମନ୍ତ୍ର କରି ଭୂତ ଭଗାଉଥିବା ଲୋକଙ୍କୁ କହୁଛନ୍ତି। ଲୋ‌କ ବି ତାନ୍ତ୍ରିକଙ୍କ ଉପରେ ଆଖି ବୁଜି ବିଶ୍ବାସ କରୁଛନ୍ତି।

ଗ୍ରାମବାସୀମାନଙ୍କ କହିବା କଥା ହେଉଛି ଗାଁରୁ ଭୂତ ତଡ଼ିବାକୁ ପ୍ରତିବର୍ଷ ଏହି ମେଳା ହୋଇଥାଏ। ଦୂରଦୂରାନ୍ତରୁ ଲୋକେ ନିଜ ସମସ୍ୟା ନେଇ ଏହି ମେଳାକୁ ଆସିଥାନ୍ତି। ଏପରି ଅନ୍ଧବିଶ୍ବାସକୁ ନେଇ ପ୍ରଶାସନ ପକ୍ଷରୁ ସମୟେ ସମେୟ ବୁଝା ଯାଉଥିଲେ ବି ଗାଁ ଲୋକଙ୍କ ବିଶ୍ବାସ ରହିଛି ଯେ ସେମାନେ ତାନ୍ତ୍ରିକ ପାଖକୁ ଯିବା ଫଳରେ ସେମାନଙ୍କ ପିଲାରୁ ନେଇ ପୂରା ପରିବାର ଭୂତ ପ୍ରକୋପରୁ ସୁରକ୍ଷିତ ରହିଥାନ୍ତି।

ସମ୍ବନ୍ଧିତ ଖବର