କୁଖ୍ୟାତ କାସାନୋଭା
ଇଟାଲିର ଭେନିସ୍ ଜନ୍ମିତ ଜାକୋମୋ ଜିରୋଲାମୋ କାସାନୋଭାଙ୍କୁ ବିଶ୍ବର ଲମ୍ପଟ ଶିରୋମଣି ଭାବେ ଐତିହାସିକମାନେ ଗ୍ରହଣ କରିଛନ୍ତି। ତାଙ୍କର କାମୁକତା ଏବେ କି˚ବଦନ୍ତି। ମଧ୍ୟ ଯୁଗର ଶେଷ ଭାଗରେ ସେ ଅଶେଷ କୁଖ୍ୟାତି ଅର୍ଜନ କରିଥିଲେ ହେଁ ବହୁ ଦେଶର ରାଜ-ରାଜୁଡ଼ା, ସ˚ଭ୍ରାନ୍ତ ମହଲରେ ତାଙ୍କର ବସା-ଉଠା ଥିଲା। ତାଙ୍କୁ ବ୍ୟକ୍ତିଗତ ଭାବେ ତିନିଟି ବିଶାଳ ସାମ୍ରାଜ୍ୟର ସମ୍ରାଟ୍ମାନେ ଜାଣିଥିଲେ- ଜର୍ମାନିର ଫ୍ରେଡ୍ରିକ୍ ଦ ଗ୍ରେଟ୍, ରୁଷିଆର କାଥେରାଇନ୍ ଦ ଗ୍ରେଟ୍ ଓ ଇ˚ଲଣ୍ତ୍ର ତୃତୀୟ ଜର୍ଜ୍। ସେ ସମସାମୟିକ ଇଉରୋପ୍ର ଅଧିକା˚ଶ ଅଞ୍ଚଳ ଭ୍ରମଣ କରି ସ˚ଭ୍ରାନ୍ତମାନଙ୍କର ଆତିଥ୍ୟ ଲାଭ କରିଥିଲେ। ପୋପ୍ କ୍ଲିମେଣ୍ଟ୍ ତ୍ରୟୋଦଶ ତାଙ୍କୁ ‘ଅର୍ଡର୍ ଅଫ୍ ଦ ଗୋଲ୍ଡେନ୍ ସ୍ପର୍’ ପ୍ରଦାନ କରିଥିଲେ। ଦେଶ-ବିଦେଶରେ ଏକାଧିକ ରାଜକୀୟ ନିଯୁକ୍ତି ପାଇଥିଲେ, ବ୍ୟବସାୟ କରିଥିଲେ। ଠକାମି ଯୋଗୁଁ ଅନ୍ୟୂନ ତିନି ଥର ଜେଲ୍ ଦଣ୍ତ ପାଇଥିଲେ। ତେବେ, ସ˚ଭ୍ରାନ୍ତମାନଙ୍କ ସହ ସ˚ପର୍କ ଯୋଗୁଁ ଅଚିରେ ରାଜକ୍ଷମା ପାଇବାରେ ସଫଳ ହୋଇଥିଲେ। ଏକଦା ସେ ଭେନିସ୍ କାରାଗାରର ଛାତ ଭାଙ୍ଗି ପଳାୟନ କରିଥିବା ମଧ୍ୟ ଜଣାଯାଏ।
Sambad is now on WhatsApp
Join and get latest news updates delivered to you via WhatsApp
କାସାନୋଭା ଜଣେ ଇଟାଲୀୟ ସ˚ଭ୍ରାନ୍ତଙ୍କ ଅବୈଧ ସନ୍ତାନ ଥିଲେ। ତାଙ୍କୁ ବିଶ୍ବବିଦ୍ୟାଳୟ ସ୍ତରୀୟ ଉଚ୍ଚ ଶିକ୍ଷା ପ୍ରାପ୍ତ ହୋଇଥିଲା। ସେ ଆଇନରେ ଡକ୍ଟରେଟ୍ କରିଥିଲେ। ହେଲେ ଚାକିରିରେ ତାଙ୍କର ମନ ନ ଥିଲା। ତାଙ୍କ ପାଇଁ ମଉଜ-ମଜଲିସ ଥିଲା ପ୍ରାଥମିକତା। ନିଜ ଜୀବନ କାଳରେ ଦଶ ହଜାରରୁ ଅଧିକ ମହିଳାଙ୍କ ସହ ସେ ଅନ୍ତରଙ୍ଗ ସ˚ପର୍କ ରଖିଥିଲେ। ଏଥି ପାଇଁ ତାଙ୍କୁ ବିଶ୍ବର ସର୍ବଶ୍ରେଷ୍ଠ କାମୁକ କୁହାଯାଏ। ତାଙ୍କ କାର୍ଯ୍ୟକଳାପରୁ ଇ˚ରେଜୀ ଶବ୍ଦ ‘ଓ୍ୱୁମେନାଇଜର୍’ ସୃଷ୍ଟ। ନିଜର ଆତ୍ମଚରିତ ‘ମେମୋର୍ସ୍’ରେ ସେ ନିଜ ସ˚ପର୍କରେ ସବୁ କଥା ଲେଖିଯାଇଛନ୍ତି। ଫ୍ରେଞ୍ଚ୍ ଭାଷାରେ ଲିଖିତ ଏହି ବିଶାଳ ଆତ୍ମଚରିତ ବାର ଖଣ୍ତରେ ବିଭକ୍ତ। କିରସ୍ତାନ ଗିର୍ଜା ବ୍ୟବସ୍ଥାର ନିଷେଧାଦେଶ ଯୋଗୁଁ ତାଙ୍କ ମୃତ୍ୟୁର ୧୬୨ ବର୍ଷ ପରେ ୧୯୬୦ରେ ଏହା ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଥିଲା। ସେ ଗୁଡ଼ିଏ ଇତିହାସ ପୁସ୍ତକ ରଚନା କରିଥିଲେ ଏବ˚ ହୋମର୍ଙ୍କ ‘ଇଲିଆଡ୍’କୁ ଆଧୁନିକ ଲାଟିନ୍ରେ ଅନୂଦିତ କରିଥିଲେ। ୧୭୯୮ ଜୁନ୍ ୪ରେ ତାଙ୍କର ପରଲୋକ ହୋଇଥିଲା।