ଗାଧୁଆଘରକୁ ପଶିଯାଇ ଅଚାନକ ଦେଖିବାକୁ ପାଇଲେ…ତାପରେ ଧାଇଁ କରି ବାହାରକୁ ପଳେଇ ଆସିଲେ ମହିଳା

ସାପକୁ ଦେଖି ଭୟଭୀତ ହେବା ଏକ ସାଧାରଣ କଥା। ଥରେ ଭାବିଲେ ଆପଣ ଗାଧୁଆଘର ଭିତରକୁ ଗାଧେଇବାକୁ ପଶୁଥିବେ ଓ ସେହି ସମୟରେ ଆପଣଙ୍କ ନଜର ପଡ଼ିବ ଏକ ସାପ ଉପରେ। ଥ‌ରେ ଭାବନ୍ତୁ ତ ସାପକୁ ହଠାତ ଗାଧୁଆଘରେ ଦେଖିବା ପରେ ଆପଣଙ୍କ ଅବସ୍ଥା କିପରି ରହିବ। ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଜଣେ ମହିଳା ଗାଧେଇବାକୁ ଗାଧୁଆଘର ଭିତରକୁ ଯାଉଥିବା ବେଳେ ଅଚାନକ ତାଙ୍କ ଗାଧୁଆଘରେ ଏକ ୧୨ ଫୁଟ୍‌ ଲମ୍ବର ସାପ ଶୋଇଥିବାର ଦେଖିବାକୁ ପ‌ାଇଥିଲେ। ତାପରେ ମହିଳା ଜଣକ ଅନ୍ୟ କିଛି ଉପାୟ ନପାଇ ଚିତ୍କାର କରି ଗାଧୁଆଘରୁ ସିଧା ବାହାରକୁ ପଳାଇ ଆସିଥିଲେ।

 

 

View this post on Instagram

 

A post shared by NowThis (@nowthisnews)

ଏପରି ଏକ ଘଟଣା ଘଟିଛି ଥାଇଲାଣ୍ଡ୍‌ରେ। ଜାଣିବାକୁ ମିିଳିଛି ଯେ ମହିଳାଙ୍କ ଗାଧୁଆଘରଟି ତାଙ୍କ ବେଡ୍‌ରୁମ୍‌ ସହ ଲାଗିକରି ଥିଲା। ଥରେ ଭାବନ୍ତୁ ସେ ଯେତେବେଳେ ୧୨ ଫୁଟ୍‌ ଲମ୍ବାର ଅଜଗରକୁ ହଠାତ୍‌ ଦେଖିବାକୁ ପାଇଥିବେ ତ ତ‌ାଙ୍କ ଅବସ୍ଥା କିପରି ହୋଇଥିବ। ଅଜଗରଟି ବାଥ୍‌ଟବ୍‌ ଉପରେ ଶୋଇଗରି ଆଗକୁ ବଢୁଥିଲା। ସେହି ଦୃଶ୍ୟକୁ ଦେଖିବା ପରେ ମହିଳାଙ୍କ ହାଲ୍‌ ଏକଦମ୍‌ ବେହାଲ୍‌ ହୋଇ ଯାଇଥିଲା।

ସେ ତୁରନ୍ତ ସ୍ଥାନୀୟ ବନ ବିଭାଗ ଟିମ୍‌କୁ ସୂଚନା ଦେଇଥିଲେ। ତାପରେ ଟିମ୍ ସେଠାରେ ପହଞ୍ଚି ମହିଳାଙ୍କ ଗାଧୁଆଘରୁ ସାପଟିକୁ ଉଦ୍ଧାର କରିଥିଲେ ଓ ତାପରେ ସାପଟିକୁ ନେଇ ଜଙ୍ଗଲରେ ଛାଡ଼ି ଦେଇଥିଲା। ଅଜଗରଟି ଏବେ ବଡ଼ଥିଲା ଯେ ତାହାର ଗୋଟାଏ ପଟ ବାଥ୍‌ଟବ୍‌ ଭିତରେ ଥିବା ବେଳେ ଅନ୍ୟ ପଟଟି ଚଟାଣରେ ଥିଲା।

ସମ୍ବନ୍ଧିତ ଖବର