ହାତୀ ମଳରୁ ଜିନ୍‌!

ଶିରୋନାମାଟି ଆଶ୍ଚର୍ଯ୍ୟଜନକ ମନେହେଉଥିଲେ ହେଁ ସତ୍ୟ। ଦକ୍ଷିଣ ଆଫ୍ରିକାରେ ମିଳୁଥିବା ‘ଇ˚ଡ୍‌ଲୋଭୁ’ ନାମକ ଜିନ୍‌ ପ୍ରସ୍ତୁତିରେ ମୁଖ୍ୟ ଉପାଦାନ ହେଉଛି, ହାତୀ ମଳ। ଇ˚ଲଣ୍ତ୍‌ରୁ ଦକ୍ଷିଣ ଆଫ୍ରିକା ଆସିଥିବା ପଉଲା ଓ ଲେସ୍‌ ଆ˚ସ୍‌ଲେ ଏକ ଭାଟି ବା ଡିସ୍‌ଟିଲାରି ଚଳାଉଛନ୍ତି। ସେଠାରେ ହାତୀ ମଳରୁ ଜିନ୍‌ ପାନୀୟ ପ୍ରସ୍ତୁତ କରାଯାଉଛି, ଯାହାର ସ୍ବାଦ ଅନନ୍ୟ ବୋଲି ଶୁଣିବାକୁ ମିଳୁଛି। ପଉଲା ଓ ଲେସ୍‌- ଦୁହେଁ ବାଓଲୋଜିର ପ୍ରଫେସର‌୍‌। ଅବସର ପରେ ଦକ୍ଷିଣ ଆଫ୍ରିକାରେ ସ୍ଥାୟୀ ଭାବେ ବସ-ବାସ କରିବାକୁ ନିଷ୍ପତ୍ତି ନେଇଥିଲେ। ସ୍ଥାନୀୟ ଆଦିମ ଅଧିବାସୀଙ୍କ ସହାୟତାରେ ଗବେଷଣା କରି ସେମାନେ ଜିନ୍‌ ପ୍ରସ୍ତୁତିରେ ହାତୀ ମଳ ବ୍ୟବହାର କରିଥିଲେ। ଗବେଷଣାରେ ସଫଳତା ସେମାନଙ୍କୁ ଉତ୍ସାହିତ କରିଥିଲା ଏବ˚ ହାତୀ ମଳ ଜିନ୍‌ ଉତ୍ପାଦନ ଓ ବ୍ୟବସାୟ ଆରମ୍ଭ କରିଥିଲେ। ୨୦୧୯ରୁ ସେମାନଙ୍କ ବ୍ୟବସାୟ ଚାଲିଛି। ଲାଭର ପନ୍ଦର ପ୍ରତିଶତ ହାତୀ ସ˚ରକ୍ଷଣ ପାଇଁ ଉଦ୍ଦିଷ୍ଟ ସ˚ସ୍ଥା ‘ଆଫ୍ରିକା ଫାଉଣ୍ତେସନ୍‌’କୁ ଦାନ କରୁଛନ୍ତି।

ସମ୍ବନ୍ଧିତ ଖବର