ପ୍ରେମ ପାଇଁ ୫୭ ଲକ୍ଷ ଟଙ୍କା ଦରମା ଯାଚିଥିବା କୋଟିପତି ଯୁବତୀଙ୍କୁ ମିଳିଗଲା ପ୍ରେମିକ

ନୂଆଦିଲ୍ଲୀ: ୧୭ ବର୍ଷ ବୟସରେ କୋଟିପତି ବନିଥିବା ଜଣେ ଯୁବତୀଙ୍କ ପ୍ରେମ କାହାଣୀ ଏବେ ଖୁବ୍ ଜୋର୍‌‌ରେ ଭାଇରାଲ୍‌ ହେବାରେ ଲାଗିଛି। ଯୁବତୀଙ୍କ ନାମ ଜେନ୍‌ ପାର୍କ। ତାଙ୍କୁ ଏବେ ୨୬ ବର୍ଷ ବୟସ ହୋଇ ସାରିଛି। ଯୁବତୀ ଜଣକ ହେଉଛନ୍ତି ସ୍କଟ୍‌ଲାଣ୍ଡ୍‌ର ଏଡିନ୍‌ବର୍ଗର ବାସିନ୍ଦା। ଜେନ୍‌ ନିଜର ନୂଆ ପ୍ରେମିକଙ୍କ ସହ ଟିକ୍‌ଟକ୍‌ରେ ଏକ ଭିଡିଓ ସେୟାର୍‌ କରିବା ପରେ ତାଙ୍କୁ ପ୍ରେମିକ ମିଳି ଯାଇଥିବା କଥା ଜଣାପଡ଼ିଛି। ‌ମୋ‌ତେ ମୋ ଭଲପାଇବା ମିଳିଗଲା ବୋଲି ଭିଡିଓ ସେୟାର୍‌ କରି ସେ ସୂଚନା ଦେଇଛନ୍ତି।

୨୦୧୩ ମସିହାରେ ଯେବେ ସେ ୧୭ ବର୍ଷର ଥିଲେ ତ ତାଙ୍କ ନାମରେ ଏକ ୯ କୋଟି ୪୫ ଲକ୍ଷ ଟଙ୍କାର ଲଟେରି ଉଠିଥିଲା। ଏତେ ଟଙ୍କାର ଲଟେରି ଜିତିବାରେ ସେ ଥିଲେ ସବୁଠାରୁ କମ ବୟସର ଯୁବତୀ।

ସେ ଅତୀତରେ ଏକ ଅଦ୍ଭୂତପୂର୍ଣ୍ଣ ଘୋଷଣା କରିଥିଲେ। ତାଙ୍କ ପ୍ରେମିକ ବନିଲେ ସେ ବାର୍ଷିକ ୫୭ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ। ଏଥିପାଇଁ ସେ ଏକ ୱେବ୍‌ସାଇଟ୍‌ ବି ଲଞ୍ଚ୍‌ କରିଥିଲେ। ସେହି ୱେବ୍‌ସାଇଟ୍‌ ଜରିଆରେ ତାଙ୍କୁ ହଜାର ହଜାର ଯୁବକ ଆଗ୍ରହ ଦେଖାଇଥିଲେ।

‌ସେ ଟିକ୍‌ଟକ୍‌ରେ ଜଣେ ପରେ ଜଣେ ଯୁବକଙ୍କ ଭିଡିଓ ସେୟାର୍‌ କରି ‌ସେମାନଙ୍କ ସଂପର୍କରେ ସୂଚନା ଦେଇଥାନ୍ତି। ସେ ନିକଟରେ ଏକ ଭିଡିଓରେ କହିଛନ୍ତି ଯେ ‘ମୋ‌ତେ ପ୍ରେମ ହୋଇଗଲା।’ ଅନ୍ୟ ଏକ ଭିଡିଓର କ୍ୟାପ୍‌ସନରେ ସେ ଲେଖିଛନ୍ତି, ‘ଯୁବକଙ୍କୁ ଜନ୍ମଦିନର ଶୁଭକାମନା’।

ସମ୍ବନ୍ଧିତ ଖବର