ନୂଆଦିଲ୍ଳୀ: ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ସମର୍ଥକମାନେ ଟିମ୍ ହାରିବା ପରେ ଦୁଃଖ ମନାଉଥିବା ବେଳେ ଏବେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ୍ ଖୁବ୍ ଜୋର୍ରେ ଭାଇରାଲ୍ ହୋଇ ଚାଲିଛି।
ପରାଜୟରେ ଆରସିବି ପ୍ରଶଂସକମାନେ ନିରାଶ ହୋଇ ଏବେ ଟ୍ରୋଲ୍ର ଶିକାର ହେଉଛନ୍ତି। ତେବେ ଏହାରି ମଧ୍ୟରେ କିଛି ମଜାଦାର ଘଟଣା ବି ଦେଖିବାକୁ ମିଳୁଛି।
my roommate ordered snacks for the ENTIRE PG from instamart coz she thought RCB will win 😭 pic.twitter.com/HdAVzFggiu
— prakriti (@idkyar) May 21, 2023
ଟ୍ବିଟର୍ରେ ପ୍ରକୃତି ନାମକ ଜଣେ ଯୁବତୀ ଟ୍ବିଟ୍ କରିଥିଲେ ଯେ ‘ଆର୍ସିବି ଜିତିବ ବୋଲି ଆଶା କରି ପୂରା ପିଜି ପାଇଁ ଇନ୍ଷ୍ଟାମାର୍ଟରୁ ସ୍ନାକ୍ସ ବରାଦ କରିଥିଲା।’ ତାପରେ ସେ ଏକ କାନ୍ଦ ଇମୋଜି ବି ପୋଷ୍ଟ୍ କରିଥିଲେ।
ଏହାର ଉତ୍ତରରେ ସ୍ବିଗି ଇନ୍ଷ୍ଟାମାର୍ଟ ପୋଷ୍ଟ୍ କରିଛି, ‘ତମେ ଏବେ ସମସ୍ତେ ମିଶି ତାଙ୍କ ପାଇଁ ଟିସୁ ପେପର୍ ବରାଦ କର’। ତେବେ ପ୍ରକୃତି ତାଙ୍କ ପୋଷ୍ଟ୍ରେ ଅନେକ ଗୁଡ଼ାଏ ଚିପ୍ଦ ପ୍ୟାକେଟ୍ର ଫଟୋ ବି ଦେଇଛନ୍ତି।