ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ଯୁବକ ୨ବର୍ଷର ଶିଶୁକନ୍ୟାକୁ ମୃତ୍ୟୁମୁଖରୁ ବଞ୍ଚାଇ ଆଣୁଥିବା ଦେଖା ଯାଇଛି । ଶିଶୁଟି ନିଜ ଘରର ଝରକାରୁ ହଠାତ ଖସି ପଡ଼ୁଥିବା ବେଳେ ତଳେ ଠିଆ ହୋଇଥିବା ଜଣେ ଯୁବକ ତାଙ୍କୁ ଧରି ପକାଉଛନ୍ତି । ଯାହାଦ୍ୱାରା ଶିଶୁଟିର ଜୀବନ ବଞ୍ଚି ଯାଉଛି । ଏହି ପୂରା ଘଟଣାର ଦୃଶ୍ୟ ପାଖରେ ଲାଗିଥିବା ସିସିଟିଭିରେ କଏଦ ହେବା ପରେ ତାହା ଏବେ ଭାଇରାଲ ହେବାରେ ଲାଗିଛି ।
ମିଳିଥିବା ସୂଚନା ମୁତାବକ, ଘଟଣାଟି ଗତ ଗୁରୁବାର ତୁର୍କୀର ଫତିହ ଜିଲ୍ଲାରେ ଘଟିଥିଲା । ଦୋହା ମଦମ୍ମଦ ଦ୍ୱିତୀୟ ମହଲାରେ ଥିବା ନିଜ ଘରେ ଖେଳୁଥିବା ବେଳେ ହଠାତ ତଳକୁ ଖସି ପଡ଼ିଥିଲା । ଏହାକୁ ଦେଖି ତଳେ ଠିଆ ହୋଇଥିବା ଫୁଜି ଜବାତ ଦୋହାଙ୍କୁ ଧରି ନେଇଥିଲେ । ଫୁଜିଙ୍କ ଏଭଳି କାମ ଏବେ ତାଙ୍କୁ ସୋସିଆଲ ମିଡିଆରେ ହିରୋ ବନାଇ ଦେଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/-15.jpg)