ନୂଆଦିଲ୍ଲୀ : ଆଜି କାଲି ସୋସିଆଲ ମିଡ଼ିଆରେ ଏପରି ଜିନିଷ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ହସିହସି ଗଡ଼ିଯିବେ । ତେବେ ବର୍ତ୍ତମାନ ଏକ ଭିଡ଼ିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ଯୁବତୀ ନିଶାଗ୍ରସ୍ତ ହୋଇ ତାଙ୍କ ପ୍ରେମିକଙ୍କ ଘର ସାମ୍ନାରରେ ନାଚ କରୁଛନ୍ତି । ତାଙ୍କର ମୋଟ ୪ଟି ଭିଡ଼ିଓ ଭାଇରାଲ ହୋଇଛି । ଭିଡ଼ିଓରେ ସେ 'ରାଜା ହିନ୍ଦୁସ୍ତାନୀ' ଚଳଚ୍ଚିତ୍ରର 'ତେରେ ଇସ୍କ ମେଁ ନାଚେଙ୍ଗେ..' ଗୀତରେ ଉନ୍ମତ୍ତ ନୃତ୍ୟ କରୁଥିବାର ଦେଖିବାକୁ ମିଳୁଛି।
/sambad/media/post_attachments/wp-content/uploads/2018/02/Catch-News-300x172.jpg)
ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସନ୍ଦିପ ସେହବାଗ ନାମକ ଜଣେ ଯୁବକ ସେୟାର କରିଛନ୍ତି । ଗୁରୁଗ୍ରାମର ପତୋଡ଼ି ଅଞ୍ଚଳର ହେଲମଣ୍ଡିରେ ରହୁଥିବା ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ଠାରୁ ଧୋକା ଖାଇବା ପରେ ଏପରି ଅଭିନବ ପ୍ରତିବାଦ କରିଛନ୍ତି ବୋଲି ଜାଣିବାକୁ ମିଳିଛି। ସେ ଏଥିଲାଗି ଏକ ଡିଜେ ସେଟ୍ ଭଡ଼ାରେ ଆଣି ତାକୁ ପ୍ରେମିକଙ୍କ ଘର ସାମ୍ନାରେ ଲଗାଇ 'ତେରେ ଇସ୍କ ମେ ନାଚେଙ୍ଗେ..' ଗୀତ ବଜାଇବାକୁ କହିଥିଲେ। ଏହାପରେ ସେ ମଦ ପିଇ ନିଶାରେ ପ୍ରେମିକଙ୍କ ଘର ସମ୍ମୁଖରେ ନାଚ କରିଥିଲେ।
ଏହି ଭିଡିଓ ସୋସିଆଲ ମିଡ଼ିଆରେ ଆସିବା ପରେ ୫ ମିନିଟ ମଧ୍ୟରେ ୪ ହଜାରରୁ ଅଧିକ ଲୋକ ଏହାକୁ ସେୟାର କରିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭିଡ଼ିଓ ପଛର ସତ୍ୟତା କିଛି ଜଣା ପଡ଼ିନାହିଁ। ଭିଡ଼ିଓରେ ଲୋକ ମାନେ କୌତୁକପୂର୍ଣ୍ଣ କମେଣ୍ଟ କରିବା ସହ ତାଙ୍କ ସାଙ୍ଗ ମାନଙ୍କୁ ଟ୍ୟାଗ କରୁଛନ୍ତି ।