ନୂଆଦିଲ୍ଳୀ: ଦୀପାବଳିରେ ଦେଶର ଲୋକମାନେ ନିଜ ଘରେ ଦୀପ ଜାଳି ଆଲୋକର ପର୍ବକୁ ପାଳନ କରିଛନ୍ତି। ଏହାରି ମଧ୍ୟରେ ଜଣେ ଯୁବତୀଙ୍କ ଭିଡିଓ ସମସ୍ତଙ୍କୁ ଚକିତ କରିଛି। ଆପଣଙ୍କୁ ଭିଡିଓଟି ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିବ, କିଛି ଲୋକଙ୍କୁ ନକଲି ବି ଲାଗିବ। ମାତ୍ର ଭିଡିଓଟି ପୂରା ବାସ୍ତବ। ଯୁବତୀ ଜଣକ ସାଇକେଲ୍ ଚଳାଇ ଯେଉଁଭଳି ହାତରେ ଦୀପ ଧରି ରିଲ୍ସ କରିଛନ୍ତି ତାହା ସଭିଙ୍କ ମନକୁ ଛୁଇଁଛି।
ଭିଡିଓଟି ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର୍ ହୋଇଥିବା ଏହି ଭିଡିଓଟିରେ ଯୁବତୀ ଜଣକ ଏକ ଗୋଲାପୀ ରଂଗର ଲେହେଙ୍ଗା ପିନ୍ଧି ନିଜକୁ ସଜେଇ ରିଲ୍ସ କରୁଥିବାର ଦେଖିବାକୁ ମିଳିଛି।
ସେ ସାଇକେଲକୁ ପାଦରେ ପେଡାଲ୍ ମାରୁଛନ୍ତି ଏବଂ ତାଙ୍କ ହାତରେ ଡ୍ୟାନ୍ସ ଷ୍ଟେପ୍ କରୁଥିବା ଦେଖାଯାଏ। ଯୁବତୀଙ୍କ ଦୀପ ସହିତ ନାଚିବା ଏବଂ ପାଦରେ ସାଇକେଲ ଚଲାଇବା ସନ୍ତୁଳନ ଦେଖି ଲୋକମାନେ ତାଙ୍କ ଦକ୍ଷତାକୁ ପ୍ରଶଂସା କରିବା ଲାଗିପଡ଼ିଛନ୍ତି।
View this post on Instagram
ଭିଡିଓଟିରେ ଏବେ ସୁଦ୍ଧା ଲକ୍ଷ ଲକ୍ଷ ଲାଇକ୍ସ ଓ ମିଲିୟନ୍ରୁ ଅଧିକ ଭିୟୁ ହୋଇ ସାରିଲାଣି। ପ୍ରଶଂସକମାନେ ତାଙ୍କୁ ବିଭିନ୍ନ ରକମର କମେଣ୍ଟ ଦେଇ ଉତ୍ସାହିତ କରିଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି, ‘‘ମୋତେ ସ୍ୱୀକାର କରିବାକୁ ପଡିବ ଯେ ଏହା ଖୁବ୍ ଉତ୍କୃଷ୍ଟ, ଆପଣ କିଛି କରିପାରିବେ’’। ଦ୍ବିତୀୟ ଜଣକ ଲେଖିଛନ୍ତି, ‘‘ତୁମେ ଜଣେ ପ୍ରତିଭାବତୀ’’।
ଆମେ ଆପଣଙ୍କୁ କହି ରଖୁଛୁ ଯେ ସ୍ୱାଧୀନତା ଦିବସରେ ଏହି ଯୁବତୀ ସାଇକେଲରେ ନାଚିବା ଏବଂ ପତାକା ଉତ୍ତୋଳନ କରିବାର ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଏକ ଲକ୍ଷରୁ ଅଧିକ ଭ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Untitled-71.jpg)