ନୂଆଦିଲ୍ଳୀ: ସୋସିଆଲ୍‌ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ୍‌ ‌ହୋଇଥିବାର ଆପଣ ଦେଖିଥିବେ। ନିକଟ‌ରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ପ୍ରେମୀ ଯୁଗଳଙ୍କୁ ଲଢୁଥିବାର ଦେଖିବାକୁ ମିଳିଛି।

Advertisment

ମେଟ୍ରୋ ଟ୍ରେନ୍‌ରେ ଯାତ୍ରା ସମୟରେ ଦୁହେଁ ହଠାତ୍ ଝଗଡ଼ା ଆରମ୍ଭ କରିଥିଲେ। ସେମାନଙ୍କ ଯୁକ୍ତିତର୍କ ଏତେ ବଢ଼ି ଯାଇଥିଲା ଯେ ଶେଷରେ ମାଡ଼ଗୋଳ ପର୍ଯ୍ୟନ୍ତ କଥା ଯାଇଥିଲା।

ସେମାନଙ୍କ ଝଗଡ଼ା ବେଳର ଦୃଶ୍ୟକୁ ମେଟ୍ରୋରେ ଥିବା ଜଣେ ଯାତ୍ରୀ ସୁଟ୍‌ କରି ଟ୍ବିଟ୍‌ରରେ ପୋଷ୍ଟ୍‌ କରିବା ପରେ ଏହା ଏବେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଛି। ଝିଅଟି ଭିଡିଓରେ କହୁଥିବାର ଶୁଣିବାକୁ ମିଳିଛୁ ଯେ ‘ଏପରି ପୁଅ କାହାକୁ ନମିଳୁ’।

ସର୍ବସାଧାରଣ ସ୍ଥାନରେ ଦୁହେଁ ପ୍ରଥମେ ଝଗଡ଼ା କରିବା ପରେ ଆଗ ଯୁବତୀ ଜଣକ ଯୁବକଙ୍କ ଉପରକୁ ହାତ ଉଠାଇଥିଲେ। ଯୁବତୀ ଜଣକ ୨-୪ ଚାପୁଡ଼ା ମାରିବା ପରେ ଯୁବକ ଜଣକ ବି ଓଲଟା ଏକ ଚାପୁଡ଼ା ମାରିଥିଲେ।

ଏହି ଭିଡିଓକୁ ଦେଖି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। କିଛି ଲୋକ ‘ଏହା ହିଁ ଭଲପାଇବା’ ବୋଲି କମେଣ୍ଟ୍‌ ଲେଖିବା ବେଳେ କିଛି ଲୋକ ‘ଏ ଦୁହେଁ ନିଶ୍ଚୟ ବିବାହ କରିବେ’ ବୋଲି ମତ ରଖିଛନ୍ତି।

ଏହି କ୍ଲିପ୍ ଦେଖିବା ପରେ ଶହ ଶହ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ସେମାନଙ୍କର ମତାମତ ଦେଇଥିଲେ। କେହି କେହି ଲେଖିଛନ୍ତି ଯେ ଏହା ହେଉଛି ପ୍ରକୃତ ପ୍ରେମ।