ନୂଆଦିଲ୍ଲୀ: ସମୟସମୟରେ ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଦେଖିବାକୁ ମିଳିଥାଏ ଯାହାକୁ ଦେଖିଲେ ମନ ଖୁସି ହୋଇଯାଇଥାଏ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି।

Advertisment

ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ପାସେଞ୍ଜର ଅଟୋ ଚାଳକଙ୍କୁ ଜଣେ ବାଳିକା ସ୍ବତନ୍ତ୍ର ଉପହାର ଦେଉଛନ୍ତି। ଉପହାର ପାଇ ଅଟୋ ଚାଳକ ଜଣକ ଖୁବ ଖୁସି ହୋଇଯାଉଥିବା ଦେଖିବାକୁ ମିଳୁଛି।

ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ପୋଷ୍ଟ କରାଯାଇଛି। ଏହି ଭିଡିଓରେ ବାଳିକା ଜଣକ କହିଛନ୍ତି, ‘ମୁଁ ଜଣେ ଅଟୋ ଚାଳକଙ୍କୁ ମୋ ପକେଟ ମନିରୁ ଉପହାର ବାବଦକୁ ପାଣି ବୋତଲ ଦେଇଛି। ଏହି ଅଟୋ ଚାଳକ ଜଣକ ମୋ‌ତେ ପିଲାଟି ଦିନରୁ ସ୍କୁଲ ନେବା ଆଣିବା କରିଥାଆନ୍ତି।

ଖରାଦିନ ହେତୁ ତାଙ୍କୁ ପାଣି ବୋତଲ ନିହାତି ଆବଶ୍ୟକ ହେଉଥିବ ଭାବି ଏପରି ଉପହାର ଦେବା ପାଇଁ ସ୍ଥିିର କରିଥିଲି। ମୋ ଉପହାର ପାଇ ଅ‌ଟୋ ଅଙ୍କଲ ଖୁବ ଖୁସି ହୋଇଯାଇଥିଲେ।