ସପିଂ ମଲ ଆସି ହଠାତ୍ ସମସ୍ତଙ୍କୁ ଆଲିଙ୍ଗନ କରିବାକୁ ଲାଗିଲେ ଏହି ଯୁବତୀ, ଦେଖୁ ଦେଖୁ ଲାଗିଗଲା ଯୁବକଙ୍କ ଭିଡ଼
ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ଏମିତି ଭିଡ଼ିଓ ଭାଇରାଲ ହୋଇଥାଏ । ଯାହା ଚାହୁଁ ଚାହୁଁ ଚର୍ଚ୍ଚାର ପରିସରକୁ ଆସି ଯାଇଥାଏ । ପୂର୍ବରୁ ଏମିତି କିଛି ଲୋକ ନିଜର କିଛି ସେକେଣ୍ଡର ଭିଡ଼ିଓକୁ ନେଇ ସାରା ଦେଶରେ ଚର୍ଚ୍ଚିତ ହୋଇ ସାରିଛନ୍ତି । ଏବେ ପୁଣି ସେଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଜଣେ ଯୁବତୀ ଏକ ସପିଂ ମଲ୍କୁ ଯିବା ପରେ ହଠାତ୍ ମଲ୍କୁ ଆସୁଥିବା ଲୋକଙ୍କୁ ସେ ଆଲିଙ୍ଗନ କରିବା ଆରମ୍ଭ କରୁଛନ୍ତି । ଏହା ଦେଖି ଧୀରେ ଧୀରେ ସେଠାରେ ଭିଡ଼ ଜମି ଯିବା ସହ ଯୁବତୀ ଜଣକ ସମସ୍ତଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳୁଛି । ଅନ୍ୟ ପକ୍ଷରେ ଯୁବତୀଙ୍କ ସହ ଆସିଥିବା ତାଙ୍କର ଦୁଇ ଜଣ ବନ୍ଧୁ ଏହାର ଭିଡ଼ିଓ ତିଆରି କରିଥିଲେ । ଏହି ଘଟଣାଟି ରବିବାର ଉତ୍ତରପ୍ରଦେଶର ମୁରାଦାବାଦ୍ରେ ଥିବା ଏକ ମଲ୍ରେ ଘଟିଥିଲା ।
ABP news
ଯୁବତୀ ଜଣକ ମଲ୍କୁ ଆସି ସମସ୍ତଙ୍କୁ ଇଦ୍ ମୁବାରକ୍ ଜଣାଇବା ପାଇଁ ଏପରି କରିଥିଲେ ବୋଲି ଜଣା ପଡ଼ିଛି । ଭିଡ଼ିଓରେ ଯୁବତୀ ଜଣଙ୍କ ସମସ୍ତଙ୍କୁ ଆଲିଙ୍ଗନ କରିବା ସହ ଇଦ୍ ମୁବାରକ୍ ବୋଲି କହୁଥିବାର ଦେଖିବାକୁ ମିଳିଥିଲା । ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହା ନେଇ ସୋସିଆଲ ମିଡ଼ିଆ ବ୍ୟବହାରକାରୀମାନେ ଥଟ୍ଟା କରୁଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ୩ ଜଣ ଯୁବତୀଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ପାରି ନଥିବା ବେଳେ ସେମାନଙ୍କ ଠିକଣା ମଧ୍ୟ ଜଣା ପଡ଼ି ପାରି ନାହିଁ ।