ନିର୍ବନ୍ଧ ଉତ୍ସବକୁ ସଂପର୍କୀୟ ଓ ବନ୍ଧୁଙ୍କୁ ନିମନ୍ତ୍ରଣ କଲେ ଯୁବତୀ, ସ୍ଥାନରେ ପହଞ୍ଚି ସଭିଏଁ ହୋଇଗଲେ ଆଶ୍ଚର୍ଯ୍ୟ

ଭାଇରାଲ୍‌ ଭିଡିଓ: ବିବାହ ଏକ ଏପରି ପ୍ରଥା ଯାହା ସଂପର୍କରେ ଅନେକ ଦିନ ଆଗରୁ ସଂପର୍କୀୟମାନେ ଅବଗତ ଥାଆନ୍ତି। ବିବାହ ସ୍ଥିର ହେବାରୁ ନେଇ ନିର୍ବନ୍ଧ, ହଳଦୀ, ସଂଗୀତ ଆଦି ପ୍ରତ୍ୟେକ ଉତ୍ସବ ସଂପର୍କରେ ପ୍ରିୟଜନଙ୍କୁ ଜଣାଥାଏ। ମାତ୍ର ଏପରି କେଉଁ ବିବାହ ଦେଖିଛନ୍ତି କି, ଯେଉଁଥିରେ ବିବାହ ଦିନ ପର୍ଯ୍ୟନ୍ତ ବି ପ୍ରିୟଜନ ଜାଣିନଥାନ୍ତି ସେଦିନ ବାହାଘର ଅଛି ବୋଲି।

ଜଣେ ଯୁବତୀ ନିଜର ପରିଚିତ ଓ ପ୍ରିୟ ଲୋକଙ୍କୁ ସର୍‌ପ୍ରାଇଜ୍‌ ଦେବା ପାଇଁ ଏପରି କରିଥିବା ଜାଣିବାକୁ ମିଳିଛି। ଏକ ଭାଇରାଲ୍‌ ପୋଷ୍ଟ୍‌ ଦେଖିବା ପରେ ଆପଣ ପୂରା ମାମଲା ବୁଝିଯିବେ।

 

ଯୁବତୀ ଜଣକ ନିଜର ସଂପର୍କୀୟ ଓ ବନ୍ଧୁମାନଙ୍କୁ ତାଙ୍କ ନିର୍ବନ୍ଧ ଅଛି ବୋଲି କହି ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ଦେଇଥିଲେ। ମାତ୍ର ସେଦିନ ତାଙ୍କ ନିର୍ବନ୍ଧ ନଥିଲା, ଥିଲା ବିବାହ। ବିବାହ ମଣ୍ଡପରେ ପହଞ୍ଚିବା ପରେ ସମସ୍ତେ ଏକଦମ ଚକିତ ହୋଇ ଯାଇଥିଲେ।

ଯୁତୀଙ୍କ ନାମ ଜାମେଲ୍‌ ଓ ତାଙ୍କ ପାର୍ଟନରଙ୍କ ନାମ ମାଇକ୍‌। ସେମାନେ ୨୦୨୦ ମସିହାରେ ପରସ୍ପରଙ୍କୁ ଭେଟିଥିଲେ। ତେବେ, ଏହି ସର୍‌ପ୍ରାଇଜ୍‌ ବିବାହର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏବେ ସୁଦ୍ଧା ୧.୭ ମିଲିୟନ୍‌ ଭିୟୁ ହୋଇ ସାରିଲାଣି।

ସମ୍ବନ୍ଧିତ ଖବର