ବାଛୁରୀକୁ କାରରେ ବସାଇ ବୁଲାଇଲେ ଯୁବତୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକରୁ ଅଧିକ ପଶୁପ୍ରେମୀଙ୍କୁ ଦେଖିବାକୁ ମିଳିଥାଏ। ନିକଟରେ ଜଣେ ପଶୁପ୍ରେମୀ ବାଛୁରୀକୁ ଗାଡ଼ିରେ ବସାଇ ବୁଲାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ସାଧାରଣତଃ ଲୋକମାନେ ନିଜ କାରରେ ପୋଷା କୁକୁର କିମ୍ବା ବିଲେଇକୁ ଗାଡ଼ିରେ ଧରି ବୁଲାଉଥିବାର ‌ନଜରକୁ ଆସିଛି। କିନ୍ତୁ ବାଛୁରୀକୁ ଗାଡ଼ିରେ ବସାଇ ବୁଲାଇବାର ଦୃଶ୍ୟ ବେଶ ଚର୍ଚ୍ଚାରେ ରହିଛି।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଯୁବତୀ କାର ଚଲାଉଥିବା ବେଳେ ତାଙ୍କ ପାଖ ସିଟରେ ବାଛୁରୀକୁ ବସାଇଛନ୍ତି। ଆଉ ବାଛୁରୀ ବି ଖୁବ ଆରମରେ ଉକ୍ତ ସିଟ‌ରେ ବସି ବୁଲିବାର ଆନନ୍ଦ ଉଠାଉଛି। ଯୁବତୀଙ୍କ ପାଖରେ ବାଛୁରୀ ବସିବାର ଦୃଶ୍ୟ ଅତ୍ୟନ୍ତ ସୁନ୍ଦର ଦେଖାଯାଉଛି। କେବଳ ଏତିକି ନୁହେଁ ସିଟରେ ବସିଥିବା ବେଳେ ଟ୍ରାଫିକ ନିୟମ ମାନି ବାଛୁରୀ  ବି ସିଟବେଲଟ ବାନ୍ଧିଛି।

ଏହି ଭାଇରାଲ୍ ଭିଡିଓକୁ ୩୬,୦୦୦ ରୁ ଅଧିକ ଲୋକ ଦେଖିସାରିଛନ୍ତି। ଏଥିସହିତ ଶହ ଶହ ଲୋକ ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ପ୍ରକୃତରେ ବହୁତ ଭଲ ଭିଡିଓ ।

ସମ୍ବନ୍ଧିତ ଖବର