ଏହି କାରଣରୁ ଏୟାର ହଷ୍ଟେସ ଚାକିରି ଛାଡ଼ି ଟ୍ରକ ଚଲାଉଛନ୍ତି ମହିଳା

ନୂଆଦିଲ୍ଲୀ: ଏୟାର ହଷ୍ଟେସ ଚାକିରି ଛାଡ଼ି ଟ୍ରକ ଚାଳକ ହୋଇଥିବା ଏହି ମହିଳାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ମହିଳା ଟ୍ରକରେ ଯାତ୍ରା କରୁଥିବା ସମୟରେ ଦୁନିଆକୁ ରାସ୍ତାଘାଟରେ ଲୋକମାନେ କିପରି ଯାତାୟାତ କରୁଛନ୍ତି, କ’ଣ ସବୁ ଘଟୁଛି ସେସବୁକୁ ସେ ସୋସିଆଲ ମିଡିଆରେ ଭିଡିଓ କରି ପୋଷ୍ଟ କରି ଦେଖାଇ ଥାଆନ୍ତି। ଯାହାକୁ ଲୋକେ ବି ଖୁବ ପସନ୍ଦ କରୁଛନ୍ତି।

ଏହି ମହିଳାଙ୍କ ନାମ ବ୍ରି ଓ ବୟସ ୩୦ବର୍ଷ ରହିଛି। ଟ୍ରକ ଚଲାଇବା ପୂର୍ବରୁ ସେ ଜ‌ଣେ ଏୟାର ହଷ୍ଟେସ ଭାବେ ଚାକିରି କରୁଥିଲେ। କିନ୍ତୁ ଏହି ଚାକିରି ତାଙ୍କୁ ପସନ୍ଦ ନଥିଲା। ସେ କିଛି ଭିନ୍ନ ଓ ସ୍ବତନ୍ତ୍ର କରିବାକୁ ଚାହୁଁଥିଲେ। ଆଉ ଏହାରି ଭିତରେ ସେ ଟ୍ରକ ଚଲାଇବା ପାଇଁ ଲାଇସେନ୍ସ ଆବେଦନ କରିଥିଲେ। ବ୍ରି ଅଷ୍ଟ୍ରେଲିଆର ସିଡନିରେ ବସବାସ କରନ୍ତି।

ବ୍ରି କହନ୍ତି, ‘ଯେବେଠାରୁ ମୋତେ ଟ୍ରକ ଚଲାଇବା ପାଇଁ ଲାଇସେନ୍ସ ମିଳିଗଲା ସେବେ ଠାରୁ ଏଦିଗ ପ୍ରତି ମୋର ଦୁର୍ବଳତା ବଢ଼ି ଯାଇଥିଲା। ମୁଁ ଏବେ ଏକା ଅଛି। ସପ୍ତାହକୁ ୭୦ଘଣ୍ଟା ପର୍ଯ୍ୟନ୍ତ କାମ କରିଥାଏ। ଟିକଟକରେ ମୋର ଟ୍ରକ ଚଲାଉଥିବା ଭିଡିଓକୁ ଲୋକେ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି। ଏଥିରେ ଟ୍ରକ ଚାଳକ ଭାବେ ମୋ ଜୀବନ କିପରି ବିତିଥାଏ, ତାହାକୁ ମୁଁ ଭିଡିଓ କରି ଲୋକଙ୍କ ସହିତ ସେୟାର କରିଥାଏ। ଦୀର୍ଘ ୪ବର୍ଷ ହେବ ମୁଁ ଟ୍ରକ ଚାଳକ ଭାବେ କାମ କରୁଛି। ଆଉ ଏଥିରୁ ମୁଁ ଯେତିକି ରୋଜଗାର କରୁଛି ସେତିକିରେ ସନ୍ତୋଷ ରହିଛି।’

ସମ୍ବନ୍ଧିତ ଖବର