ନୂଆଦିଲ୍ଲୀ: ଭଲପାଇବାର କୌଣସି ପରିଭାଷା ନଥାଏ। ଆପଣ ବି ଏମିତି ଅନେକ ପ୍ରେମ କାହାଣୀ ଶୁଣିବାକୁ ପାଇଥିବେ, ଯାହାକୁ ବିଶ୍ବାସ କରି ହୋଇ ନଥାଏ, କି ବାସ୍ତବରେ ବି ଏମିତି ଘଟଣା ଘଟିଥାଇପରେ। ଏମିତି ଏକ ପ୍ରେମକାହାଣୀ ଆମେରିକାର ଜେଲରେ ବନ୍ଦୀ ଥିବା ଭିକ୍ଟର ଓ ବ୍ରିଟେନରେ ରହୁଥିବା ନାଓମିଙ୍କୁ ନେଇ ରହିଛି।
ଘଟଣାଟି ହେଉଛି ଏପରି, ଭିକ୍ଟର ଦୁଇଜଣ ଲୋକଙ୍କୁ ହତ୍ୟା କରି ୧୨ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କାଟି ସାରିଥିବା ବେଳେ ଆହୁରି ୩୦ବର୍ଷ ବାକି ରହିଛି। ଅର୍ଥାତ ଅପରାଧୀ ୨୦୫୨ରେ ଜେଲଦଣ୍ଡରୁ ମୁକ୍ତ ହେବ। ଉକ୍ତ ଅପରାଧୀର ବୟସ ୩୧ବର୍ଷ ବୋଲି କୁହାଯାଉଛି। ନାଓମି ଓ ଭିକ୍ଟର ଦୁଇଜଣଙ୍କ ସାକ୍ଷାତ ପେନ ପଲ ସ୍କିମ ଜରିଆରେ ହୋଇଥିଲା। ଏହାପରେ ଦୁଇବର୍ଷ ହେବ ଦୁହେଁ ଏକାଠି ରହିଥିଲେ। ଏହି ସମୟରେ ସେମାନଙ୍କ ନିର୍ବନ୍ଧ ବି ଶେଷ ହୋଇଯାଇଥିଲା । ବିବାହ କରିବାକୁ ଯୋଜନା ଚାଲିଥିବା ବେଳେ ଭିକ୍ଟର ୨ଟି ହତ୍ୟାକାଣ୍ଡ କରି ଗିରଫ ହୋଇଯାଇଥିଲା। ଆଉ କୋର୍ଟ ତାକୁ ଜେଲଦଣ୍ଡର ଶୁଣାଣି କରିଥିଲେ।
ଅପରାଧୀ ଭିକ୍ଟରକୁ ଭଲ ପାଉଥିବା ନାଓମି ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ପୋଷ୍ଟ କରିଥାଆନ୍ତି। ସେ ନିଜର ପ୍ରେମକାହାଣୀକୁ ଇନଷ୍ଟାଗ୍ରାମରେ ଖୋଲାଖୋଲି ଭାବେ ଆଲୋଚନା ବି କରିଛନ୍ତି।
ନାଓମି ନିଜର ଭାବି ସ୍ବାମୀଙ୍କୁ ଶୀଘ୍ର ମୁକୁଳାଇବାକୁ ପିଟିସନ ବି ଆରମ୍ଭ କରିଛନ୍ତି। ଏହି ପିଟିସନରେ ୨୫ ହଜାରରୁ ଅଧିକ ଲୋକ ସାଇନ କରିଛନ୍ତି। ଲୋକଙ୍କୁ ଏହି ଦୁଇଜଣଙ୍କ ପ୍ରେମକାହାଣୀ ବେଶ ପସନ୍ଦ ଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/456a844b-7288-43ae-960c-8fe032b37959.jpg)