ନୂଆଦିଲ୍ଲୀ: ଏକ ସ୍ବୀକୃତିପ୍ରାପ୍ତ ବେଶ୍ୟାଳୟରେ କାମ କରୁଥିବା ମହିଳା ତାଙ୍କ ପ୍ରେମକାହାଣୀ ବଖାଣିଛନ୍ତି, ଯାହାକି ଚର୍ଚ୍ଚାର ଖୋରାକ ଯୋଗାଇଛି । ପରିସ୍ଥିତିର ତାଡ଼ନାରେ ଦେହବ୍ୟବସାୟକୁ ପେସା ଭାବେ ଗ୍ରହଣ କରିଥିବା ରେଣୁକା(ଛଦ୍ମନାମ) ତାଙ୍କ ପ୍ରେମକାହାଣୀ ଓ ସଂଘର୍ଷମୟ ଜୀବନକୁ ବଖାଣିଛନ୍ତି। କିପରି ଭାବେ ସେ ବେଶ୍ୟାଳୟରେ ତାଙ୍କ ପ୍ରେମିକଙ୍କୁ ଫେରି ପାଇଥିଲେ ତାହା ବର୍ଣ୍ଣନା କରିଛନ୍ତି।
ରେଣୁକା ମୂଳତଃ କୋଷ୍ଟାର ବାସିନ୍ଦା । ବିବାହର କିଛିଦିନ ପରେ ସ୍ବାମୀ ତାଙ୍କୁ ଛାଡ଼ପତ୍ର ଦେଇ କେଉଁଆଡେ ଚାଲି ଯାଇଥିଲେ। ପରିବାରଲୋକ ବି ଏଭଳି ପରିସ୍ଥିତିରେ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ କରି ନଥିଲେ। ଶେଷରେ ସେ କିଛି ବାଟ ନପାଇ ରୋଜଗାର ପାଇଁ ଦେହବ୍ୟବସାୟକୁ ଆପଣାଇ ନେଇଥିଲେ। ଏଥିପାଇଁ ସେ ଆମେରିକା ଚାଲି ଆସିଥିଲେ।
ରେଣୁକା କହନ୍ତି, ‘ଆମେରିକାରେ ଆଇନସମ୍ମତ ଏକ ବେଶ୍ୟାଳୟରେ ମୁଁ କାମ କରୁଥିଲି। ଏହି ସମୟରେ ମୋର ପ୍ରେମିକଙ୍କ ସହିତ ହଠାତ ଭେଟ ହୋଇଥିଲା। ମୁଁ ତାଙ୍କୁ ଓ ସେ ମୋତେ ଦେଖି ଚମକି ପଡ଼ିଥିଲୁ । ପରେ ଆମେ ଦୁହେଁ ନିଜନିଜ ଜୀବନ ବିଷୟରେ କଥା ହୋଇଥିଲୁ। ମୋ ପାଖକୁ ସେ ପ୍ରତିଦିନ ଆସିବା ଆରମ୍ଭ କଲେ । ସେ ଅନ୍ୟ ଯୁବକଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲେ। ଆମେ ପୁଣି ଥରେ ପରସ୍ପର ସହ ଡେଟିଂ କରିବା ଆରମ୍ଭ କରିଥିଲୁ। ଏବେ ଆମେ ଦୁହେଁ ଗୋଟିଏ ବେଶ୍ୟାଳୟରେ କାମ କରୁଛୁ। ତାଙ୍କୁ ପାଖରେ ପାଇ ଏବେ ମୁଁ ସୁରକ୍ଷିତ ମନେ କରୁଛି। ଆଉ ପୂର୍ବ ଭଳି ମନରେ ଭୟ ନାହିଁ।’
ବେଶ୍ୟାଳୟକୁ ଏମିତି ଅନେକ ଗ୍ରାହକ ଆସନ୍ତି, ଯେଉଁମାନେ ଆମ ସହିତ ଜୋରଜବରଦସ୍ତି କରିବା ସହିତ କ୍ରୋଧ ବି ଦେଖାଇ ଥାଆନ୍ତି, ଏମିତି କି ଧମକ ମଧ୍ୟ ଦେଇଥାଆନ୍ତି। ଟଙ୍କା ପାଇଁ ସେମାନଙ୍କ ସମସ୍ତ ଅତ୍ୟାଚାର ସହିବାକୁ ହୋଇଥାଏ ବୋଲି କହିଛନ୍ତି ରେଣୁକା।
Follow Us