ନୂଆଦିଲ୍ଲୀ: ପାଖାପାଖି ୩୧ ବର୍ଷ ପୂର୍ବେ ମୁମ୍ବାଇର ଜଣେ ଜଣାଶୁଣା ଫଟୋଗ୍ରାଫର ଜଣେ ଶିଶୁଙ୍କ ଫଟୋ ଉଠାଇଥିଲେ। ଏହି ଫଟୋରେ ଶିଶୁ ଜଣକ ଏକ ଖମ୍ଭରେ ଛିଡ଼ା ହୋଇ ଆକାଶକୁ ହାତ ଦେଖାଉଥିବା ଏଥିରେ ଦେଖିବାକୁ ମିଳିଥିଲା। ତେବେ ଶିଶୁ ଜଣକ ଯେଉଁ ଖମ୍ଭରେ ଛିଡ଼ା ହୋଇଥିଲେ, ତାହାକୁ ଜଣେ ତଳେ ଧରି ଭାରସାମ୍ୟ ରକ୍ଷା କରି ଉପରକୁ ଟେକି ଧରିଥିଲେ। ଆଉ ଏଥିରେ ଶିଶୁ ଜଣକ ଛିଡ଼ା ହୋଇଥିଲେ। ଏହି ଘଟଣାଟି ୧୯୯୨ ମସିହାର। ଇତିମଧ୍ୟରେ ଶିଶୁ ଜଣକ ବଡ଼ ହୋଇଯାଇଛନ୍ତି। ତାଙ୍କର ବୟସ ୩୧ ବର୍ଷ ରହିଛି।
ତେବେ ଫଟୋଗ୍ରାଫର ଏହି ଘଟଣାକୁ ନେଇ ଏକ ଭାବବିହ୍ବଳ ପୋଷ୍ଟ ଲେଖିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।
View this post on Instagram
ଇନଷ୍ଟାଗ୍ରାମ ଆକାଉଣ୍ଟରେ ଇଟାଲିର ଜଣେ ଜଣାଶୁଣା ଫଟୋଗ୍ରାଫର ଦାରିୟୋ ସିଦିଏରି କିଛି ଫଟୋ ସେୟାର କରିଛନ୍ତି। ଆଉ ଲେଖିଛନ୍ତି, ମୋର ଝିଅ ମାରା ଏବେ ଏସିଆ ଯାତ୍ରାରେ ଅଛନ୍ତି। ଏହି ସମୟରେ ମୁମ୍ବାଇରେ ସବିତା ତାଙ୍କ ସ୍ବାଗତ କରିଛନ୍ତି। ସବିତା ହେଉଛନ୍ତି ସିଏ ଯାହାଙ୍କ ଫଟୋ ମୁଁ ୧୯୯୨ ମସିହାରେ ‘ଷ୍ଟ୍ରିଟ ଚିଲଡ୍ରେନ ଅଫ ବମ୍ବେ’ର ପ୍ରୋଜେକ୍ଟ ପାଇଁ ଉଠାଇଥିଲି। ଆଉ ଦୀର୍ଘ ୩୧ବର୍ଷ ପରେ ମୁଁ ତାଙ୍କୁ ଖୋଜି ପାଇଛି।
ଦୀର୍ଘବର୍ଷ ଅର୍ଥାତ ୩୧ବର୍ଷ ବିତି ଯାଇଥିଲେ ବି ସବିତା ପୂର୍ବରୁ ଯେମିତି ସାଧାରଣ ଜୀବନ କାଟୁଥିଲେ ଏବେ ବି ସେମିତି କାଟୁଛନ୍ତି। ତାଙ୍କ ଜୀବନ ଯାତ୍ରା କଠିନ ରହିଛି। ଏହା ସତ୍ତ୍ବେ ବି ଆମକୁ ମୁମ୍ବାଇ ବୁଲାଇବେ ବୋଲି ସେ ତିନିଦିନ ପାଇଁ ନିଜ କାମ ବନ୍ଦ କରିଥିଲେ।
ଗରିବ ଲୋକଙ୍କ ପାଖରେ କିଛି ଥାଉ କି ନଥାଉ ଏକ ସୁନ୍ଦର, ସ୍ନେହଭରା ହୃଦୟ ନିଶ୍ଚୟ ଥାଏ। ଏହା ମୁଁ ମୋ ଜୀବନ ଯାତ୍ରା ସମୟରେ ଅନେକ ଥର ଅନୁଭବ କରିଛି। ତେଣୁ ମୁଁ ସବିତା, ମହିନ୍ଦ୍ରା ଭଳି ଲୋକଙ୍କୁ ଖୁବ ଭଲପାଏ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/90-1.jpg)