ଇଣ୍ଡୋନେସିଆ: ଆପଣ ଏଯାବତ୍ ଅନେକ ସାହାସି ପିଲାଙ୍କୁ ଦେଖି ଆସିଥିବେ ଓ ସେମାନଙ୍କ କାହାଣୀ ବି ଶୁଣିଥିବେ। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ତିନିଟି ଭିଡିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବ, ଭାବିବେ ଶିଶୁଟି ଏଭଳି କିପରି କରି ପାରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
Antri mandi.. pic.twitter.com/AAiB9f0rfi
— hantoe laut (@Agus0381A) March 21, 2019
ଏହି ଭିଡିଓରେ ଦେଖିବାକୁ ମିଳୁଛି ୩/୪ବର୍ଷର ଶିଶୁଟି ବାଥ୍ରୁମ୍ରେ ନିଜ ବାଥ୍ ଟବ୍ରେ ବସିଛି। ସେ ଟବ୍ରେ ଏକାକି ନୁହେଁ ସେ ଏକ ହଳଦିଆ ରଙ୍ଗର ଅଜଗରକୁ ସାଥୀରେ ନେଇ ବସିିଛି। ଯାହା ସହିତ ସେ ଖେଳିବା ସହିତ ତାକୁ ବ୍ରସ ବି କରାଇ ଦେଉଛି। କେବଳ ଏତିକି ନୁହେଁ ବାଥ୍ଟବ୍ ପାଖରେ ଏକ କୁମ୍ଭୀର ଓ ପଛ ପଟେ ଥିବା ଡବାରେ ଏକ ବଡ ପକ୍ଷୀ ବସିଥିବା ଦେଖିବାକୁ ମିଳୁଛି।
Disikatin giginya btw :” pic.twitter.com/ozj2MCUNqE
— makan (@kerupiqentang) March 22, 2019
ଏହି ଭିଡିରେ ଶିଶୁଟି କୁମ୍ଭୀରକୁ ଗାଧେଇ ସାରିବା ପରେ ବ୍ରସ କରାଇ ପାଉଡର ଲଗାଇ ସଜ କରି ଦେଉଥିବା ଦେଖିବାକୁ ମିଳୁଛି। ଟୁଇଟରରେ ଏହି ଶିଶୁର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ୨୦ହଜାରୁ ଅଧିକ ରିଟୁଇଟ କରାଗଲାଣି।
Indonesian kids love Barbie pic.twitter.com/5X4oF1HDpE
— Only in Indonesia (@CrazyinINA) March 21, 2019