ନୂଆଦିଲ୍ଲୀ: କେବେ କେହି ୩ ଦିନ ମଧ୍ୟରେ ଚାକିରି ଛାଡ଼ିବା କଥା ଶୁଣିଛନ୍ତି? ଜଣେ ମହିଳା ଏପରି କରିଛନ୍ତି। ରେଡିଟ୍‌ରେ ଚାକିରି ଛାଡ଼ିବା ପଛର କାରଣ ମହିଳା ଜଣକ ଉଲ୍ଲେଖ କରିଥିବା ବେଳେ ଏହା ସଭିଙ୍କୁ ଚକିତ କରିଛି। ତାଙ୍କର ଏହି ପୋଷ୍ଟ୍‌ଟି ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାର‌େ ଲାଗିଛି। ଏହା ଉପରେ ଲୋକ ଖୁବ୍ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

Advertisment

ସେ ତାହାର କାରଣ ଉଲ୍ଲେଖ କରି ଲେଖିଛନ୍ତି, ‘ମୁଁ ୩ ଦିନ ଭିତରେ ଚାକିରି ଛାଡ଼ି ଦେଲି’ ତାପରେ ସେ ତଳକୁ ତଳ ୩ଟି ପଏଣ୍ଟ୍‌ କରି କାରଣ ସବୁ ଉଲ୍ଲେଖ କରିଛନ୍ତି।

ଯୁବତୀଙ୍କ କହିବାନୁସାରେ, ତାଙ୍କ ବସ୍‌ ତାଙ୍କୁ କହିଲେ କି ସେ କାମ କରିବା ପାଇଁ ଅଫିସ୍‌ରେ ଅଧିକ ସମୟ ରହୁନାହାନ୍ତି, ଯଦିଓ ତାଙ୍କୁ କୌଣସି କାମ ହିଁ ଦିଆ ଯାଉନଥିଲା।

ତାଙ୍କର ମାନସିକ ସ୍ବାସ୍ଥ୍ୟ ଖରାପ କି ବୋଲି ବସ୍‌ ପ୍ରଶ୍ନ ପଚାରିଥିଲେ। ତାହାର ଉତ୍ତରରେ ମହିଳା ଜଣକ ଯେତେବେଳେ କହିଲେ କି ୨ ବର୍ଷ ତଳେ ସେ ‘ଡିପ୍ରେସନ୍‌’ ପାଇଁ ଔଷଧ ଖାଉଥିଲେ ତ ବସ୍‌ ତାଙ୍କ ଉପରେ ବିରକ୍ତ ହେଲେ। ଏହି କଥା ତାଙ୍କୁ ଆରମ୍ଭରୁ କହିଦବାର ଥିଲା ବୋଲି କହିଥିଲେ।

ମୁଁ ବହୁତ ଧୀରେ କାମ କରୁଛି ବୋଲି କହି ମଧ୍ୟ ବସ୍‌ ମୋତେ ବିରକ୍ତ ହୋଇଥିବା ଯୁବତୀ ତାଙ୍କ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି। ତେବେ ମହିଳାଙ୍କୁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଚାକିରି ଛାଡ଼ିବା କାରଣରୁ ପ୍ରଶଂସା କରିବା ସହ ଆମାଗୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଦେଇଛନ୍ତି।