ଦେହଜୀବୀରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାର ସଂଘର୍ଷମୟ କାହାଣୀ! ମାଆ ଠେଲି ଦେଇଥିବା ନର୍କରୁ ଏପରି ଭାବେ ମୁକୁଳି ଆସିଥିଲେ ଏହି ଯୁବତୀ

ହାଇଦ୍ରାବାଦ: ଦିନକୁ ଦିନ ହ୍ୟୁମାନ୍‌ ଟ୍ରାଫିକିଂ ରାକେଟ ବୃଦ୍ଧି ପାଇବାରେ ଲାଗିଛନ୍ତି। ଦୁନିଆର କୋଣଅନୁକୋଣରୁ ଯୁବତୀଙ୍କୁ ଏହି ରାକେଟରେ ଜୋରଜବରଦସ୍ତି ସାମିଲ କରାଯାଉଛି। ତେବେ ଦୁଃଖ ସେତେବେଳେ ଲାଗିଥାଏ, ଯେତେବେଳେ କେହି ନିଜର ଏହି ବ୍ୟବସାୟରେ ସାମିଲ ହେବାକୁ ବାଧ୍ୟ କରିଥାଏ। ଏକଦା ସେକ୍ସ ଓ୍ଵାର୍କର ରହିଥିବା ଭବାନି କାହାରି ସାହାଯ୍ୟ ବିନା ଆଜି ନିଜ ଗୋଡରେ ନିଜେ ଛିଡା ହୋଇ ସିଏ (ଚାଟାର୍ଡ ଆକାଉଣ୍ଟାଟ୍‌) ହୋଇ ପାରିଛନ୍ତି।

ହାଇଦ୍ରାବାଦରେ ବସବାସ କରୁଥିବା ଭାବନିଙ୍କୁ ୧୩ବର୍ଷ ହୋଇଥିବା ବେଳେ ତାଙ୍କ ମା’ତାଙ୍କୁ ସେକ୍ସ ରାକେଟରେ ଜୋରଜବରଦସ୍ତ ଠେଲି ଦେଇଥିଲେ। କିନ୍ତୁ ହାଇଦ୍ରାବାଦର ଟାକ୍ସ ଫୋର୍ସଙ୍କ ସାହାଯ୍ୟରେ ନା’ ସେଠାରୁ ମୁକ୍ତି ମିଳିଥିଲା, ସେ ନିଜର ଭାଇଭଉଣୀଙ୍କୁ ବି ଏହି ରାକେଟରୁ ଉଦ୍ଧାର କରିଥିଲେ।

ସାମଜସେବୀ ସୁନିତା କୃଷ୍ଣନ୍‌ ନିଜ ଫେସ୍‌ବୁକ୍‌ ପୋଷ୍ଟ ଜରିଆରେ ଏହି ଘଟଣାକୁ ମନେ ପକାଇ ଲେଖିଥିଲେ, ମୁଁ ସେହି ଦିନ କେବେ ବି ଭୁଲି ପାରିବି ନାହିଁ, ଯେଉଁଦିନ ଆମେ ୧୩ବର୍ଷର ଜଣେ ନାବାଳିକାକୁ ଏକ କଠୋରୀରେ ଗ୍ରାହକ ସହିତ ଥିବା ଦେଖିବାକୁ ପାଇଥିଲୁ। ସବୁଠାରୁ ଆଶ୍ଚର୍ଯ୍ୟ ସେତେବେଳେ ଲାଗିଥିଲା ଯେତେବେଳେ ଜାଣିବାକୁ ପାଇଲୁ ନାବାଳିକାକୁ ଏହି କାମ କରିବାକୁ ତା’ର ମା’ ବାଧ୍ୟ କରିଥିଲା। ଆମେ ହାଇଦ୍ରାବାଦ ଟାକ୍ସ ଫୋର୍ସ ସାହାଯ୍ୟରେ ଉକ୍ତ ନାବାଳିକାକୁ ସେଠାରୁ ଉଦ୍ଧାର କରିବାରେ ସଫଳ ରହିଥିଲୁ। ଭାବନି କେବଳ ଯେ ସିଏ ପରୀକ୍ଷା ପାସ୍‌ କରିଥିଲା ତାହା ନୁହେଁ, ସେ ନିଜ କଲେଜରେ ଟପ୍‌ କରିଥିଲେ। ଭାବନି ବିନା ଟ୍ୟୁସନ୍‌ରେ ନିଜ ନିଷ୍ଠା ଓ ଆତ୍ମବିଶ୍ୱାସ ବଳରେ ଆଜି ଚାଟାର୍ଡ ଆକାଉଣ୍ଟାନ୍‌ ବନିବାର ସଫଳତା ହାସଲ କରି

 

 

ସମ୍ବନ୍ଧିତ ଖବର