ଦେବୀ ଦୁର୍ଗାଙ୍କୁ ଆଖି ଦାନ କରି ଅନ୍ଧୁଣୀ ପାଲଟିଲା ଯୁବତୀ

ପଟନା: ବିହାରର ଦରଭଙ୍ଗା ଜିଲ୍ଲାରେ ଜଣେ ଯୁବତୀ ନିଜର ବାମ ଆଖିକୁ ଦେବୀ ଦୁର୍ଗାଙ୍କ ପାଇଁ ଦାନ କରି ଦେଇ ଅନ୍ଧୁଣୀ ପାଲଟି ଯିବାର ଏକ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ୧୮ବର୍ଷୀୟ କୋମଲ କୁମାରି ନିଜର ବାମ ଆଖିକୁ ଦେବୀ ଦୁର୍ଗାଙ୍କ ପାଇଁ ଦାନ କରି ଦେଇଛି। ଏହି ମାମଲା ସିରୁଆ ଗ୍ରାମର ବହେରି ପୁଲିସ ଥାନା ଅଞ୍ଚଳରେ ଘଟିଛି। ଏହି ଘଟଣା ଘଟିବା ସମୟରେ ମନ୍ଦିରରେ ଅନ୍ୟ ଭକ୍ତମାନେ ମଧ୍ୟ ଉପସ୍ଥିତ ଥିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। କୋମଲ ଆଖିରୁ ରକ୍ତ ବାହାରୁ ଥିଲା, ଏହାପରେ ବି ସେ ପୂଜା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଏସଏଚଓ ସଞ୍ଚୟ କୁମାର କହିଛନ୍ତି, କୋମଲ ନିଜର ଡାହାଣ ଆଖିକୁ ଜାବୁଡି ଧରି ଥିବା ବେଳେ ତାର ବାମ ଆଖିରୁ ଲାଗାତାର ରକ୍ତ ବୋହିବାରେ ଲାଗିଥାଏ। ପ୍ରଥମେ ଏହି ଯୁବତୀ କ’ଣ କରିଛି ତାହା କେହି ବୁଝି ପାରି ନଥିଲେ। ପରେ ଜାଣିବାକୁ ପାଇଲେ ସେ ଚାମଚ ସାହାଯ୍ୟରେ ନିଜ ଆଖି ଡୋଳାକୁ ବାହାର କରି ଦେଇଛି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସେଠାରେ ଥିବା ଜଣେ ଶ୍ରଦ୍ଧାଳୁ କହିଛନ୍ତି, କୋମଲ ନିଜ ଆଖି ଡୋଳାକୁ ବାହାର କରି ନିଜ ହାତରେ ଧରିଥିଲା। ଏହାପରେ ପୁଲିସ ଉକ୍ତ ଯୁବତୀଙ୍କୁ ଡାକ୍ତରଖାନ ନେଇ ଯାଇଥିଲେ। ଡାକ୍ତର କୋମଲଙ୍କ ଆଖି ପରୀକ୍ଷା କରି କହିଥିଲେ ଗୋଟିଏ ଆଖି ଡୋଳା ବାହାର କରି ଦେବା ହେତୁ ଅନ୍ୟ ଆଖି ଉପରେ ଏହାର ପ୍ରଭାବ ପଡ଼ିଛି। ଯେଉଁଥିପାଇଁ ତାଙ୍କ ଆଖିର ରଶ୍ମି ଚାଲିଯାଇଛି। ସେ ଅନ୍ଧୁଣି ପାଲଟି ଯାଇଛନ୍ତି।

ସ୍ଥାନୀୟଲୋକଙ୍କ କହିବାନୁସାରେ, କୋମଲ ପରୀକ୍ଷାରେ ଦୁଇଥର ଅସଫଲ ହୋଇଥିଲା। ତାର ପିତା ଅରୁଣା କୁମାର ସିଂହ ସିରୁଆ ଗ୍ରାମରେ ଚାଷୀ ଭାବେ କାମ କରନ୍ତି। କୋମାଲ ଅନ୍ଧୁଣୀ ହେବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। କୋମଲକୁ ଦେବୀ ଦୁର୍ଗାଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ଥିଲା , ସେ ୧୦ବର୍ଷ ହେବ ଦୁର୍ଗାଙ୍କ ପାଖରେ ପୂଜା ଅର୍ଚ୍ଚନା କରି ଆସୁଥିଲା। ସେ ତାର ସାଙ୍ଗମାନଙ୍କୁ କହୁଥିଲା କି ଦେବୀ ଦୁର୍ଗା ତାର ସ୍ୱପ୍ନରେ ଆସନ୍ତି ଓ ତାର ଏକ ଅଙ୍ଗ ଦାନ କରିବାକୁ କହନ୍ତି।

ସମ୍ବନ୍ଧିତ ଖବର