ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ଅବିଗେଲ ଥୋମପସନ୍ ନାମକ ଜଣେ ମହିଳା ତାଙ୍କ ଜୀବନ ସହିତ ଜଡ଼ିତ ଏମିତି ଏକ ଘଟଣା ବଖାଣିଛନ୍ତି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଅବିଗେଲ ଥୋମପସନଙ୍କ କହିବାନୁସାରେ, ୨୦୦୭ରେ ତାଙ୍କର ଅଷ୍ଟମ ଜନ୍ମଦିନରେ ତାଙ୍କ ମା’ ଏକ ମୁଦି ଉପହାର ଦେଇଥିଲେ। ଯାହାକି ପରବର୍ତ୍ତୀ ସମୟରେ ହଜି ଯାଇଥିଲା। ଥୋମପସନକୁ ଲାଗିଥିଲା କି ମୁଦି ଚୋରି ହୋଇଯାଇଛି। କାରଣ ସେ ଘରେ ବହୁ ଖୋଜିଥିଲେ ବି ମିଳି ନଥିଲା।
/sambad/media/post_attachments/wp-content/uploads/2019/01/NINTCHDBPICT000464917327-e1548667847125-300x200.jpg)
କିଛିଦିନ ପରେ ସେ ସୋଫାରେ ବସିଥିଲେ ଓ ତାଙ୍କୁ ଜୋରରେ ଛିଙ୍କ ଆସୁଥିଲା, କିନ୍ତୁ ହେଉ ନଥିଲା। ସେ ଏକ କପଡା ନାକ ଭିତରେ ପୂରାଇ ଛିଙ୍କିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ନାକ ଭିତରେ ଏକ ଚମକୁଥିବା ସାମଗ୍ରୀ ଦେଖିବାକୁ ମିଳିଥିଲା। ଯେମିତି ହିଁ ସେ ଜୋର୍ରେ ଛିଙ୍କି ଦେଇଥିଲେ, ଯାହା ଘଟିଥିଲା ସେ ନିଜେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ନାକ ଭିତରୁ ଏକ ମୁଦି ବାହାରି ଆସିଥିଲା। ଯାହାକୁ ୧୨ବର୍ଷ ପୂର୍ବେ ହଜି ଯାଇଥିଲା। ଏହି ମୁଦିଟି ତାଙ୍କ ନାକରେ ଫସି ରହିଥିଲା। ଜୋରରେ ଛିଙ୍କ ମାରିବା ପରେ ଏହା ବାହାରି ଆସିଥିଲା। ତେବେ ୧୨ବର୍ଷ ହେବ ତାଙ୍କ ନାକରେ ମୁଦି ଫସି ରହିଥିଲେ ବି ନିଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ହେଉ ନଥିଲା। ତେଣୁ ସେ ଡାକ୍ତର ପାଖକୁ ବି ଯାଇ ନଥିଲି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/ring-784x441.jpg)