ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ଛାତ୍ରୀ କହିଲେ,‘ ପୁଲିସ ସାର ଆପଣଙ୍କୁ ଅଶେଷ ଧନ୍ୟବାଦ’

ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ପରେ ଛାତ୍ରୀ କହିଲେ,‘ ପୁଲିସ ସାର ଆପଣଙ୍କୁ ଅଶେଷ ଧନ୍ୟବାଦ’

ନୂଆଦିଲ୍ଲୀ: ପୁଲିସ ଆମର ସୁରକ୍ଷା ପାଇଁ ରହିଛି। ସମୟସମୟରେ ପୁଲିସର କାମକୁ ନେଇ ନିନ୍ଦା କରାଯାଉଥିବା ବେଳେ ଅନେକ ସମୟରେ ପ୍ରଶଂସା ବି କରାଯାଇଥାଏ। ନିକଟରେ ଜଣେ ପୁଲିସଙ୍କ ପାଇଁ ଛାତ୍ରୀ ଠିକ ସମୟରେ ପରୀକ୍ଷାକେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇପାରିଥିବା ଘଟଣା ସାମ୍ନାକୁ ଆସିଛି।

କୋଲକାତା ପୁଲିସ ଫେସବୁକରେ ଏକ ଫଟୋ ସେୟାର କରିଛି।ଏହି ଫଟୋରେ ଜଣେ ପୁଲିସ ଅଧିକାରୀ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀଙ୍କୁ ସାହାଯ୍ୟ କରିଥିବା କଥା ସେୟାର କରାଯାଇଛି।

କୁହାଯାଉଛି କି, ଫଟୋରେ ଦେଖିବାକୁ ମିଳୁଥିବା ଛାତ୍ରୀ ଜଣକ ପରୀକ୍ଷା ଦେବା ପାଇଁ ଘରୁ ବାହାରିଥିଲେ। ଅଧାରାସ୍ତା ଆସିବା ପରେ ସେ ପରୀକ୍ଷାକେନ୍ଦ୍ରକୁ ଯିବା ପାଇଁ ରାସ୍ତା ଭୁଲି ଯାଇଥିଲେ। ପରୀକ୍ଷାକେନ୍ଦ୍ରର ରାସ୍ତା ବତାଇ ଦେବା ପାଇଁ ସେ ରାସ୍ତାରେ ଅନେକ ଲୋକଙ୍କୁ ପଚାରିଥିଲେ। ସେମାନେ ବି ରାସ୍ତା ବତାଇ ଥିଲେ, କିନ୍ତୁ ଛାତ୍ରୀ ଜଣକ ପରୀକ୍ଷାକେନ୍ଦ୍ରକୁ ଯିବା ପାଇଁ ବାଟ ପାଉ ନଥିଲେ। ଏପଟେ  ପରୀକ୍ଷା ସମୟ ହୋଇ ଯାଇଥିବାରୁ ସେ କାନ୍ଦିବାକୁ ଲାଗିଥିଲେ।

ଏତିକି ବେଳେ  ପୁଲିସ ଅଧିକାରୀ ସୌବିକ ଚକ୍ରବର୍ତ୍ତୀଙ୍କ ନଜର ସ୍କୁଲ ପୋଷାକରେ କାନ୍ଦୁଥିବା ଥିବା ଉକ୍ତ ଛାତ୍ରୀଙ୍କ ଉପରେ ପଡ଼ିଥିଲା। ସେ ତୁରନ୍ତ ଛାତ୍ରୀଙ୍କ ନିକଟକୁ ଆସି ଅସୁବିଧାର କାରଣ କ’ଣ ହୋଇଛି ବୋଲି ପଚାରିଥିଲେ। ସମସ୍ତ କଥା ଜାଣିବା ପରେ ସେ ଛାତ୍ରୀଙ୍କୁ ଆଶ୍ବସନା ଦେଇ ନକାନ୍ଦିବାକୁ କହିଥି‌ଲେ। ଆଉ ଛାତ୍ରୀଙ୍କୁ ତାଙ୍କ ଗାଡ଼ିରେ ବସାଇ ଠିକ ସମୟରେ ପରୀକ୍ଷାକେନ୍ଦ୍ରରେ ପହଞ୍ଚାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe