ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ସବୁବେଳେ ଗୋଟାଏ କାରଣ ପାଇଁ ଚର୍ଚ୍ଚାରେ ରହିଥାଏ, ତାହା ହେଉଛି ‘ରିଲ୍’। ମେଟ୍ରୋ ମଧ୍ୟରେ ପୂର୍ବରୁ ଆମେ ଅନେକ ଜଣଙ୍କୁ ରିଲ୍ସ ବନାଇ ଭାଇରାଲ୍ ହେବାର ଦେଖିଛେ। ଆଜିକାଲି ଦିଲ୍ଲୀ ମେଟ୍ରୋ ରିଲ୍ ତିଆରି କରିବା ପାଇଁ ସବୁଠାରୁ ଭଲ ସ୍ଥାନ ପାଲଟିଛି। ପ୍ରତିଦିନ କେହି ନା କେହି ମେଟ୍ରୋରେ ରିଲ୍ ତିଆରି କରୁଥିବା ଦେଖାଯାଏ।
ନିକଟରେ ରିଲ୍ସ କରିବାକୁ ଜଣେ ଯୁବତୀ ମେଟ୍ରୋରେ ଭରପୂର ଯାତ୍ରୀମାନଙ୍କ ମେଳରେ ନାଚୁଥିବା ବେଳର ଏକ ଭିଡିଓ ଭାଇରାଲ୍ ହୋଇଛି। ଏଭଳି ପରିସ୍ଥିତିରେ ବାକି ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡକୁ ଚାହିଁ ରହିଛନ୍ତି। କାରଣ ସର୍ବସାଧାରଣରେ ନାଚିବା ପାଇଁ ଆତ୍ମବିଶ୍ୱାସ ମଧ୍ୟ ଆବଶ୍ୟକ, ଯାହା ସମସ୍ତଙ୍କ ଭିତରେ ନଥାଏ। ନିକଟରେ ଭାଇରାଲ୍ ହୋଇଥିବା ନୂଆ ଭିଡିଓରେ ଜଣେ ଝିଅ ଅଚାନକ ମେଟ୍ରୋରେ ନାଚିବା ଆରମ୍ଭ କରି ଏକ ରିଲ୍ସ କରୁଥିବା ବେଳେ ଯାହା ଘଟିଛି ତାହାକୁ ଦେଖିବା ପରେ ଆପଣ ନିଜର ହସ ରୋକି ପାରିବେ ନାହିଁ।
ଧରାଯାଉ ଆପଣ ନିଜେ ମେଟ୍ରୋରେ ଯାତ୍ରା କରୁଛନ୍ତି ଏବଂ ହଠାତ୍ କେହି ଆପଣଙ୍କ ସାମ୍ନାରେ ନାଚିବା ଆରମ୍ଭ କରନ୍ତି, ତେବେ କିଛି ସମୟ ପାଇଁ ଆପଣ ମଧ୍ୟ ଚକିତ ହୋଇପଡ଼ିବେ। ତେବେ ଭିଡିଓରେ ଝିଅଟି ନାଚିବା ବେଳେ ତାଙ୍କ ପଛରେ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି। ବ୍ୟକ୍ତିଙ୍କ ମୁଖର ଭଙ୍ଗୀ ଦେଖିଲେ ଆପଣ ନିଜର ହସ ରୋକିପାରିବେନି। ଭାଇରାଲ୍ ଭିଡିଓରେ ଏବେ ରିଲ୍ସ ବନାଉଥିବା ଝିଅ ଅପେକ୍ଷା ତାଙ୍କ ପଛରେ ଥିବା ସେ ବ୍ୟକ୍ତିଙ୍କୁ ଦେଖି ବେଶି ପ୍ରତିକ୍ରିୟା ମିଳୁଛି।
Delhi Metro: Your one stop destination for wholesome entertainment
😜😜😜😜😜😜😜 pic.twitter.com/Yvgt6mnY6s— Hasna Zaroori Hai 🇮🇳 (@HasnaZarooriHai) June 9, 2023
ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ଏହି ଭିଡିଓ ଟ୍ୱିଟରରେ @ହସନାଜରୁରିହୈ ନାମକ ଏକ ପୃଷ୍ଠାରେ ସେୟାର କରାଯାଇଛି। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି। ଲୋକମାନେ ଭିଡିଓରେ ବହୁତ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି,‘ପଛରେ ଠିଆ ହୋଇଥିବା ଅଙ୍କଲ୍ ଏତେ ଭୟଭୀତ କାହିଁକି?’ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି , ‘ପଛରେ ଠିଆ ହୋଇଥିବା ଅଙ୍କଲ୍ଙ୍କ ସହିତ କ’ଣ ହେଲା?’