ସିଂହ ସହିତ ସେଲଫି ନେବାକୁ ଚେଷ୍ଟା କରୁଥିବା ବେଳେ ଯୁବତୀଙ୍କ ଉପରେ ଆକ୍ରମଣ କଲା ଭାଲୁ

ନୂଆଦିଲ୍ଲୀ: ଅନେକ ଲୋକ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଯାଇଥାଆନ୍ତି। ଆଉ ଜଙ୍ଗଲୀ ପ୍ରାଣୀମାନଙ୍କୁ ଦେଖି ସେମାନଙ୍କ ସହ ସେଲଫି ନେବାକୁ ପସନ୍ଦ କରିଥାଆନ୍ତି। ଜଙ୍ଗଲୀ ପଶୁପକ୍ଷୀଙ୍କ ସହିତ ସେଲଫି ନେବାବେଳେ ଅନେକ ଘଟଣା ଓ ଦୁର୍ଘଟଣା ଘଟୁଥିବା ଖବର ସାମ୍ନା ଆସିଛି। ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକରୀ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି।

 

ଏକ ପ୍ରାଣୀ ଉଦ୍ୟାନରୁ ସାମ୍ନାକୁ ଆସିଥିବା ଭିଡିଓରେ, ଜଣେ ଯୁବତୀ ଧଳା ଓ କଳାରଙ୍ଗର ପୋଷାକ ପିନ୍ଧି ସିଂହ ସହିତ ସେଲଫି ନେବାକୁ ଚେଷ୍ଟା କରୁଛନ୍ତି। ଯୁବତୀଙ୍କ ଏଭଳି କାର୍ଯ୍ୟକଳାପ ଦେଖି ତାଙ୍କ ପଛପଟରେ ଥିବା ଭାଲୁ ବିରକ୍ତ ହୋଇଯାଇଥିଲା।

ସେ ଯୁବତୀଙ୍କ ପୋଷାକକୁ ଟାଣି ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲା। ଏତିକି ବେଳେ ଯୁବତୀଙ୍କ ସହିତ ଥିବା ଜଣେ ଯୁବକ ତାଙ୍କୁ ସେଠାରୁ ଘୋଷାଡି ଆଣିଥିଲେ। ଯୁବତୀ ବି ଭାଲୁ କାର୍ଯ୍ୟକଳାପରେ ଭୟଭୀତ ହୋଇଯାଇଥିଲେ। ତେବେ ଭିଡିଓଟି କେଉଁ ପ୍ରାଣୀ ଉଦ୍ୟାନର ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।

ସମ୍ବନ୍ଧିତ ଖବର