ବାଂଲାଦେଶୀ ଦେହଜୀବୀଙ୍କ ଲୋମଟାଙ୍କୁରା ବୟାନ : ବୟସ ହୋଇ ନ ଥିବାରୁ ଶରୀର ବିକଶିତ କରିବା ପାଇଁ ଦିଆ ଯାଇଥିଲା ପଶୁଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ

ନୂଆଦିଲ୍ଲୀ : ବାଂଲାଦେଶର ବେଶ୍ୟାଳୟରେ ୫ ବର୍ଷ ହେବ ରହି ଆସୁଥିବା ଜଣେ ଯୁବତୀ ନିଜ ସହ ହୋଇଥିବା ଅତ୍ୟାଚାରକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି । ଦେହଜୀବୀ ରୁପା ନିଜ ସହ ହୋଇଥିବା ଅତ୍ୟାଚାର ବିଷୟରେ କହିବାକୁ ଯାଇ ୧୩ବର୍ଷ ବୟସରେ ତାଙ୍କୁ ବିକ୍ରି କରାଯାଇଥିବା ଜଣାଇଥିଲେ । ଯେତେବେଳେ ସେ ସେଠାରେ ନ ରହିବା ପାଇଁ ବିରୋଧ କରିଥିଲେ ତାଙ୍କୁ ମାଡ଼ ମରାଯାଇଥିଲା । ଏହା ପରେ ସମୟ ପୂର୍ବରୁ ତାଙ୍କର ଶାରୀରିକ ବିକାଶ ଏବଂ ମୋଟା କରିବା ପାଇଁ ତାଙ୍କୁ ଔଷଧ ଖାଇବାକୁ ଦିଆଯାଇଥିଲା । ଗାଇମାନଙ୍କୁ ମୋଟା କରିବା ପାଇଁ ଦିଆଯାଉଥିବା ଔଷଧ ତାଙ୍କୁ ଦିଆଯାଇଥିଲା ବୋଲି ରୁପା ଜଣାଇଥିଲେ । ଏବେ ମଧ୍ୟ ସେ ଅତ୍ୟାଚାରର ଶିକାର ହେଉଛନ୍ତି । ନ ଚାହିଁ ବି ପ୍ରତି ଗ୍ରାହକଙ୍କ ପିଛା ୧୫୦ଟଙ୍କା ପାଇଁ ତାଙ୍କୁ ଶାରୀରିକ ସଂପର୍କ ରଖିବାକୁ ପଡ଼ୁଛି ବୋଲି ସେ କହିଛନ୍ତି ।

The Guardian

ସୂଚନା ମୁତାବକ,୧୯ବର୍ଷିୟ ରୁପା କାନ୍ଦିପାରା ବେଶ୍ୟାଳୟରେ ରହୁଥିବା ଜଣାପଡ଼ିଛି, ଯେଉଁଠି କାମ କରୁଛନ୍ତି ୪୦୦ ଦେହଜୀବୀ । ଯେତେବେଳେ ତାଙ୍କୁ ୧୧ବର୍ଷ ହୋଇଥିଲା ସେ ସମୟରେ ତାଙ୍କୁ ତାଙ୍କଠାରୁ ୩ଗୁଣ ବଡ଼ ଯୁବକଙ୍କ ସହ ବିବାହ କରାଯାଇଥିଲା । ୧୩ବର୍ଷ ହେବା ପରେ ସେ ଏକ ପିଲାର ମା’ ମଧ୍ୟ ହୋଇଥିଲେ । ଏହି ସମୟରେ ରୁପାଙ୍କ ସ୍ୱାମୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ଶାଶୁଘର ଲୋକେ ତାଙ୍କୁ ଆପଣାଇ ନଥିଲେ । ଏହି ସମୟରେ ରୁପା କାମ ଆଶାରେ ରାଜଧାନୀ ଢ଼ାକାରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ କୌଣସି କାମ ମିଳି ନଥିଲା । ଏହି ସମୟରେ ଜଣେ ଦେହଜୀବୀଙ୍କ ନଜର ରୁପା ଉପରେ ପଡ଼ିବା ପରେ ସେ କାମ ଦେବା ବାହାନାରେ ରୁପାଙ୍କୁ ବେଶ୍ୟାଳୟରେ ବିକ୍ରି କରିଦେଇଥିଲେ ।

ସମ୍ବନ୍ଧିତ ଖବର