ନୂଆଦିଲ୍ଲୀ: ଏହି ଦୁନିଆରେ ସମୟସମୟରେ ବଡ ଅଦ୍ଭୁତ ଖବରମାନ ସାମ୍ନାକୁ ଆସିଥାଏ। ନିକଟରେ ଏମିତି ଏକ ରହସ୍ୟଜନକ ଘଟଣା ଆସିଛି, ଯାହାକି ଆଶ୍ଚର୍ଯ୍ୟଚକିତ କରିଦେବ। ୧୯୯୯ ମସିହାରେ ବୈଜ୍ଞାନିକମାନଙ୍କୁ ଆର୍ଜେଣ୍ଟିନାର ଏକ ଆଗ୍ନେୟଗିରି ନିକଟରୁ ୧୫ବର୍ଷୀୟ ଜଣେ ନାବାଳିକାଙ୍କ ମୃତଦେହ ମିଳିଥିଲା। ଏହି ମୃତଦେହ ମିଳିବା ପରେ ଦାବି କରାଯାଉଛି କି ଏହି ନାବାଳିକାଙ୍କୁ ୫୦୦ବର୍ଷ ପୂର୍ବେ ସମାଧି ଦିଆଯାଇଥିଲା।
୧୫ବର୍ଷୀୟ ବାଳିକାର ମୃତଦେହ ଦେଖି ଲାଗୁଛି କି, ତାହାର ମୃତ୍ୟୁ କିଛିଦିନ ପୂର୍ବରୁ ହୋଇଥିଲା ଭଳି। ତାପମାତ୍ରା କମ୍ ଥିବା ହେତୁ ବାଳିକାର ଶରୀର, ତାହାର କେଶ ଓ ଚର୍ମ ସାଧାରଣ ରହିଛି। ବାଳିକାର ମୃତଦେହ ସହିତ ବୈଜ୍ଞାନିକମାନଙ୍କୁ ସୁନା, ରୁପା ଓ ପୋଷାକ ବି ଘଟଣାସ୍ଥଳରୁ ମିଳିଛି। ବୈଜ୍ଞାନିକମାନେ ବାଳିକା ଶରୀରରେ ରକ୍ତ ବୋହିବା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କେବଳ ଏତିକି ନୁହେଁ ଯଷ୍ମାର ବ୍ୟାକେଟେରିଆ ବି ଉକ୍ତ ବାଳିକା ଶରୀରରୁ ମିଳିଥିଲା। ଏସବୁ ଦେଖି ବୈଜ୍ଞାନିକ ଚିନ୍ତାରେ ପଡ଼ି ଯାଇଥିଲେ କି ଏପରି କେମିତି ହୋଇପାରେ? ତାହା ଏବେ ରହସ୍ୟ ଘେରରେ ରହିଛି, ଏଯାବତ୍ କିଛି ସ୍ପଷ୍ଟ ହୋଇ ପାରି ନାହିଁ।
ବୈଜ୍ଞାନିକଙ୍କ କହିବାନୁସାରେ, ଏହା ପୂର୍ବରୁ କୌଣସି ବି ମମିରେ ଏଭଳି ବ୍ୟାକଟେରିଆ ମିଳି ନଥିଲା। ୫୦୦ବର୍ଷ ପରେ ବି ଏହି ବାଳିକା ଶରୀର ଏଭଳି ଅବସ୍ଥାରେ ରହିବା ସହିତ ମୁଣ୍ଡରେ ଉକୁଣୀ ବି ଜୀବିତ ଅଛ। ସତରେ ବଡ଼ ବିଚିତ୍ର ଘଟଣା।