ସ୍କୁଲ ଯାଉଥିବା ଛାତ୍ରୀଙ୍କ ଉପରେ କାଦୁଅ ଛିଟା ପଡ଼ିବାକୁ ନେଇ ଆଇଏଏସ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆମ ଦେଶରେ ଅନେକ ସ୍ଥାନରେ ଏମିତି ରାସ୍ତା ଅଛି, ଯେଉଁଠାରେ ସାମାନ୍ୟ ବର୍ଷା ହେଲେ ବି ପାଣି ଜମି ଯାଇଥାଏ। ଏଭଳି ପରିସ୍ଥିତିରେ ରାସ୍ତାରେ ଯାଉଥିବା ଲୋକମାନେ ଅତି ସାବଧାନତା ସହ ରାସ୍ତା ଅତିକ୍ରମ କରିଥାଆନ୍ତି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ଏମିତି ରାସ୍ତାଗୁଡ଼ିକରେ କେତେକ ଲୋକ ମଜା ନେବା ପାଇଁ କାଦୁଆ ପାଣି ଭିତରେ ଗାଡ଼ି ନେଇ ଜୋରରେ ପଳାଇ ଥାଆନ୍ତି। ଫଳରେ ସେହି ରାସ୍ତା ଦେଇ ଚାଲିଚାଲି ଯାଉଥିବା ଲୋକଙ୍କ ଉପରେ କାଦୁଅ ଛିଟା ପଡ଼ିଥାଏ। |

ସୋସିଆଲ ମିଡିଆରେ ଜଣେ ସ୍କୁଲ ଛାତ୍ରୀଙ୍କ ଫଟୋ ଦେଖିବାକୁ ମିଳୁଛି। ଏହି ଫଟୋକୁ ଆଇଏଏସ୍ ଅଧିକାରୀ ଅୱନିଶ ଶରଣ ସେୟାର କରିଛନ୍ତି। ଏହି ଫଟୋରେ ଜଣେ ଛାତ୍ରୀ ସ୍କୁଲ ପୋଷାକ ପିନ୍ଧି ଯାଉଥିବା ବେଳେ ତାଙ୍କ ଉପରେ କାଦୁଅ ଛିଟା ପଡ଼ିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

 

ଆଇଏଏସ୍ ଅଧିକାରୀ ଅୱନିଶ ଶରଣ ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି – ପିଲାମାନେ ସ୍କୁଲ ଯାଉଛନ୍ତି। ତେଣୁ ଗାଡ଼ିର ଗତିକୁ ଟିକେ ମନ୍ଥର କରନ୍ତୁ । ଏହି ଫଟୋ ୨୬ ହଜାରରୁ ଅଧିକ ଲାଇକ୍ ପାଇଛି ।
ଏହି ଫଟୋ ଦେଖି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି – ଏମିତି ଲୋକ ବି ସମାଜରେ ଅଛନ୍ତି।। ପିଲାଙ୍କ ସହିତ ଏଭଳି କରିବା ଉଚିତ ନୁହେଁ।

 

ସମ୍ବନ୍ଧିତ ଖବର