ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହୋଇଥାଏ। ଆଜିକାଲିର ପିଲାମାନେ ରିଲକୁ କେମିତି ଅଧିକରୁ ଅଧିକ ଲୋକ ଦେଖିବେ ସେଥିପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି। ରିଲ କରିବା ସମୟରେ ଅନେକ ଦୁର୍ଘଟଣା ଘଟି ଜୀବନ ବି ଚାଲି ଯାଉଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛ।

Advertisment

ତେବେ ରିଲ କରୁଥିବା ସମୟରେ ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ ବୋଲି ବାରମ୍ବାର ଲୋକଙ୍କୁ ସ‌ଚେତନ କରାଯାଉଥିଲେ ହେଁ ଲୋକେ ଏହାକୁ ଅଣଦେଖା କରୁଛନ୍ତି। ଜଣେ ଯୁବତୀଙ୍କ ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ନିଜ ଜୀବନକୁ ବିପଦରେ ପକାଇ ଷ୍ଟଣ୍ଟ ଦେଖାଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ବି ଦେଇଛନ୍ତି।

ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବତୀଙ୍କ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖିବାକୁ ମିଳୁଛି। ଯୁବତୀ ଜଣକ ଏକ ଧଳାରଙ୍ଗର ସ୍କୁଟି ଉପରେ ଲାଲରଙ୍ଗର ଶାଢ଼ି ପିନ୍ଧି ଛିଡ଼ା ହୋଇଛନ୍ତି। ଏହି ସମୟରେ ସେ ଆଖିରେ ପଟି ବି ବାନ୍ଧିଛନ୍ତି। ଏଭଳି ଅବସ୍ଥାରେ ସେ ରାସ୍ତାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦେଖାଉଛନ୍ତି। ଯାହାକୁ ଦେଖି ସେହି ରାସ୍ତା ଦେଇଯାଉଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।