ଅଙ୍ଗଦାନ କରି ଝିଅ ବଞ୍ଚାଇଲା ବାପାର ଜୀବନ

ମୁମ୍ବାଇ: ଆମ ଦେଶରେ ଏବେ ବି ଝିଅ ମାନଙ୍କୁ ମା’ ପେଟରୁ ମାରି ଦିଆଯାଉଛି । ଦୁଇ ଦଶକ ମଧ୍ୟରେ ପ୍ରାୟ ୧୦ ମିଲୟନ୍‌ କନ୍ୟା ଭ୍ରୁଣ ହତ୍ୟା କରାଯାଇଛି । ସବୁବେଳେ ଲୋକମାନଙ୍କ ମନରେ ଏକ ଭାବନା ରହି ଆସିଛି ଯେ ପୁଅ ମାନେ ଘର ସମ୍ଭାଳି ପାରିବେ । ଗୋଟେ ପରିବାରକୁ ଠିକ୍‌ ଭାବରେ ଚଳାଇବା ପାଇଁ ନାରୀ ଅପେକ୍ଷା ପୁରୁଷ ଅଧିକ ସମର୍ଥ । ଏଭଳି ଭୁଲ ଧାରଣା ପାଇଁ ଝିଅମାନଙ୍କୁ ପରିବାରରେ ସେତିକି ପ୍ରାଧାନ୍ୟ ଦିଆଯାଉ ନାହିଁ ଯେତିକି କି ଗୋଟେ ପୁଅକୁ ଦିଆଯାଉଛି ।

ଝିଅ ଜନ୍ମ ଦେଇଥିବା ମା’କୁ ମଧ୍ୟ ସମାଜର ନିନ୍ଦା ସହିବାକୁ ପଡ଼ୁଛି । କାରଣ ଆମ ଏ ସମାଜ ଝିଅମାନଙ୍କୁ ବୋଝ ବୋଲି ଭାବି ଆସିଛି । ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ପୂଜା ବିଜର୍‌ନିଆ । ସେ ତାଙ୍କ ବାପାଙ୍କୁ ବଞ୍ଚାଇବାକୁ ଯାଇ ସେ ନିଜର ଲିଭର( ଯକୃତ) ଦାନ କରିଛନ୍ତି । ତାଙ୍କ ବାପାଙ୍କ ସହ ତାଙ୍କର ଏକ ଫଟୋ ଫେସ୍‌ବୁକ୍‌ରେ ଅପ୍‌ଲୋଡ଼ ହେବା ପରେ ଲୋକମାନଙ୍କର ତାଙ୍କ ପ୍ରତି ସମ୍ମାନ ବଢ଼ିଯାଇଛି ।

ରଚିତ୍‌ ଭୁଷଣ ଶ୍ରୀବାସ୍ତବ ନାମକ ଜଣେ ଡାକ୍ତର ପୂଜା ଏବଂ ତାଙ୍କ ବାପାଙ୍କ ଫଟୋ ଫେସବୁକରେ ଅପ୍‌ଲୋଡ଼ କରି ଲେଖିଥିଲେ, “ପୂଜା ହେଉଛନ୍ତି ବହୁତ ସାହାସୀ । ସେ ହେଉଛନ୍ତି ପ୍ରକୃତରେ ହିରୋ ଏବଂ ପୂଜାଙ୍କ ଏହି କାହାଣୀ ନିହାତି ଭାବରେ ସେହି ଲୋକମାନଙ୍କୁ ଦ୍ୱିତୀୟ ଥର ଭାବିବାକୁ ବାଧ୍ୟ କରିବ ଯେଉଁମାନେ ଝିଅ ମାନଙ୍କୁ ପୁଅ ମାନଙ୍କ ଠାରୁ କମ୍‌ ବୋଲି ଭାବନ୍ତି” ।

 

ସମ୍ବନ୍ଧିତ ଖବର