ବାରାଣାସୀ: ସୋସିଆଲ ମିଡିଆ ସାଇଟ ଟିକ୍‌ଟକ୍‌ ଜରିଆରେ ଜଣେ ଯୁବତୀଙ୍କ ନୃତ୍ୟ ଭିଡିଓ ଦେଖି ବାରାଣାସୀରେ ବସବାସ କରୁଥିବା ଜଣେ ଯୁବକ ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଯୁବକଙ୍କ ପ୍ରେମରେ ପାଗଳ ହୋଇ ଯୁବତୀ ଘର ଛାଡି ବାରାଣାସୀରେ ପହଞ୍ଚିବା ପରେ କ’ଣ ଘଟିଲା ଜାଣନ୍ତୁ।

Advertisment

ଏଭଳି ଏକ ଘଟଣା ବାରାଣାସୀର ମଂଡୁବାଡିହ ଥାନା ଅଂଚଳରେ ଘଟିଛି। ୨୧ବର୍ଷୀୟ ରାଜା ନଅ ମାସ ପୂର୍ବରୁ ଟିକ୍‌ଟକ୍‌ରେ ମୁମ୍ବାଇର ଜଣେ ଯୁବତୀଙ୍କ ଭିଡିଓକୁ ଲାଇକ୍‌ କରିଥିଲେ। ଦୁହେଁ ଦୁହିଁଙ୍କୁ ଟିକ୍‌ଟକ୍‌ରେ ଫଲୋ କରିବା ସହିତ ଭିଡିଓକୁ ଲାଇକ୍‌ ଓ ସେୟାର ବି କରି ଚାଲିଥିଲେ। ଏହାପରେ ଧୀରେଧୀରେ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ। ଏହାରି ଭିତରେ ଯୁବତୀଙ୍କ ଜନ୍ମଦିନ ପଡ଼ିଥିଲା। ରାଜା ଯୁବତୀଙ୍କୁ ଏହି ଦିନ ପ୍ରେମ ପ୍ରସ୍ତାବ ରଖିଥିଲେ। ଯୁବତୀ ବି ଏହାକୁ ଗ୍ରହଣ କରି ନେଇଥିଲେ। କିନ୍ତୁ ହଠାତ ରାଜାଙ୍କ ଫୋନ୍‌ ଖରାପ ହୋଇଯିବାରୁ କିଛି ଦିନ ଯୁବତୀ ତାଙ୍କ ସହ ସମ୍ପର୍କ କରି ପାରି ନଥିଲେ। ପ୍ରେମିକାଙ୍କ ମନରେ ଖରାପ ଚିନ୍ତା ଆସିବାକୁ ଲାଗିଥିଲା।

publive-image

ପ୍ରେମିକାଙ୍କ କ’ଣ ହୋଇଥିବା ତାହା ବୁଝିବା ପାଇଁ ପ୍ରେମରେ ପାଗଳ ହୋଇ ଯୁବତୀ କାହାକୁ କିଛି ନ କହି ମୁମ୍ବାଇରୁ ଘର ଛାଡି ସିଧା ବାରାଣାସୀ ମଂଡୁବାଡିହ ରେଳ ଷ୍ଟେସନରେ ପହଞ୍ଚି ଯାଇଥିଲେ। ପ୍ରେମିକା ଷ୍ଟେସନ୍‌ରେ ପହଞ୍ଚି ରାଜାକୁ ଫୋନ୍‌ କରିଥିଲେ, ଏହାରି ଭିତରେ ରାଜାଙ୍କ ଫୋନ୍‌ ଠିକ୍‌ ହୋଇଯାଇଥିବାରୁ ସେ ପ୍ରେମିକାଙ୍କ ଫୋନ୍‌ କଲ ରିସିଭ କରି ପାରିଥିଲେ। ପ୍ରେମିକା ମଂଡୁବାଡିହ ରେଳ ଷ୍ଟେସନ୍‌ ଥିବା ଜାଣିବା ପରେ ରାଜା ତୁରନ୍ତ ତାଙ୍କୁ ନେବାକୁ ସେଠାରେ ଯାଇ ପହଞ୍ଚି ଯାଇଥିଲେ।

ପ୍ରେମିକାଙ୍କୁ ସାମ୍ନାରେ ଦେଖି ପ୍ରେମିକ ରାଜା କିଛି ବୁଝି ପାରି ନଥିଲେ। ଯୁବତୀ ଘରେ କାହାକୁ କିଛି ନକହି ଆସିଥିବାରୁ ଅପହରଣ ମାମଲା ତାଙ୍କ ପରିବାର ଲୋକ ରୁଜୁ କରି ପାରନ୍ତି ବୋଲି ଭୟ କରି ରାଜା ପ୍ରେମିକାଙ୍କୁ ସେଠାରୁ ଚାଲି ଯିବାକୁ କହିଥିଲେ। କିନ୍ତୁ ଯୁବତୀ ଘର ଛାଡ଼ି ଆସିଥିବା କହିଥିଲେ। ଏହା ପରେ ରାଜା ତୁରନ୍ତ ଯୁବତୀଙ୍କୁ ଧରି ଥାନାରେ ପହଞ୍ଚି ନିଜ ପ୍ରେମ କାହାଣୀ ବଖାଣିଥିଲେ।

ପ୍ରେମୀଯୁଗଳଙ୍କ ଠାରୁ ସମସ୍ତ କଥା ଜାଣିବା ପରେ ମଂଡୁବାଡିହ ପୁଲିସ ଅଧିକାରୀ ଯୁବତୀଙ୍କ ପିତାଙ୍କୁ ଫୋନ୍‌ କରି ତାଙ୍କ ଝିଅ ସୁରକ୍ଷିତ ଅଛି ବୋଲି କହିଥିଲେ।