ଏପରି ଏକ ସପିଙ୍ଗ ମଲ୍‌, ଯେଉଁଠାରେ ୧୦ ଟଙ୍କାରେ ମିଳନ୍ତି ଗାର୍ଲଫ୍ରେଣ୍ଡ!

ଦିନକୁ ଦିନ ଯୁଗ ବଦଳୁଛି। ଯୁଗ ବଦଳିବା ସହ ବର୍ତ୍ତମାନର ଡିଜିଟାଲ ମିଡିଆ ଜରିଆରେ ଲୋକମାନଙ୍କର ରୁଚିରେ ମଧ୍ୟ ପରିବର୍ତ୍ତନ ପରିଲକ୍ଷିତ ହେବାରେ ଲାଗିଛି। ଏଥିସହ ଡିଜିଟାଲ ମିଡିଆରେ ଅନେକ ସମୟରେ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ମଧ୍ୟ ଶୁଣିବାକୁ ମିଳୁଥିବା ବେଳେ ଏବେ ଏକ ଅଜବ ଖବର ସାମ୍ନାକୁ ଆସିଛି। ତାହା ହେଲା ମାତ୍ର ୧୦ ଟଙ୍କାରେ ମିଳୁଛନ୍ତି ଗାର୍ଲଫ୍ରେଣ୍ଡ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।

ଚୀନର ଗୁଆଡୋଙ୍ଗ୍‌ ଅଞ୍ଚଳରେ ରହିଛି ଏପରି ଏକ ସପିଙ୍ଗ୍‌ ମଲ୍‌। ଯେଉଁଠାରେ ମିଳୁଛନ୍ତି ଗାର୍ଲଫ୍ରେଣ୍ଡ। ‘ଦ ବାଇଟେଲିଟୀ ସିଟି ଇନ୍‌ ହ୍ୟୁମାନ୍‌ ସିଟି’ ନାମକ ଏହି ସପିଙ୍ଗ୍‌ ମଲରେ ୧୦ ଟଙ୍କାରେ ୨୦ ମିନିଟ୍‌ ପାଇଁ ପାଇପାରିବେ ଗାର୍ଲଫ୍ରେଣ୍ଡ୍‌। ତେବେ କେବଳ ମଲ୍‌ ଭିତରେ ହିଁ ସେମାନଙ୍କ ସହ କଥାବାର୍ତ୍ତା କରି ବୁଲିବାର ସୁବିଧା ପାଇପାରିବେ।

ଏହି ମଲରେ ସୁନ୍ଦରୀ ଚାଇନିଜ୍‌ ଝିଅମାନେ କଣ୍ଢେଇ ପରି ସଜେଇ ହୋଇ ପୋଜ୍‌ ଦେଇ ଠିଆ ହୋଇଥାନ୍ତି। ସେମାନଙ୍କ ପୋଷାକରେ ମଧ୍ୟ ନମ୍ବର ଲେଖା ହୋଇଥାଏ। ସିଙ୍ଗଲ୍‌ ପୁଅ ହୁଅନ୍ତୁ ବା ନିଜ ବୈବାହିକ ଜୀବନରୁ ବିତୃଷ୍ଣାଭାବ ରଖିଥିବା ପୁରୁଷ ଏଠାକୁ ଯାଇ ସେମାନେ କିଛି ସମୟ ପାଇଁ ଏହି ଝିଅମାନଙ୍କ ସହ କଥାବାର୍ତ୍ତା କରିଥାନ୍ତି । ଆଉ ଗୋଟିଏ କଥା ହେଉଛି କମ୍ପାନୀ ଏହି ଟେମ୍ପୋରାରୀ ଗାର୍ଲଫ୍ରେଣ୍ଡଙ୍କୁ କେବଳ ମଲ୍‌ ଭିତରେ ଧରି ବୁଲିବା ପାଇଁ ଅନୁମତି ଦେଇଥାଏ। ଏହାର ଅର୍ଥ ଆପଣ ଯଦି ଟେମ୍ପୋରାରୀ ଗାର୍ଲଫ୍ରେଣ୍ଡଙ୍କୁ କିଛି ସମୟ ପାଇଁ କିଣୁଛନ୍ତି ତେବେ କେବଳ ମଲ୍‌ ଭିତରେ ହିଁ ସେମାନଙ୍କ ସହ କଥାବାର୍ତ୍ତା କରି ବୁଲିବାର ସୁବିଧା ପାଇପାରିବେ। ଏହି ଯୁବତୀମାନଙ୍କ ବିନା ଅନୁମତିରେ ସେମାନଙ୍କୁ ଛୁଇଁବା ପାଇଁ ମଧ୍ୟ ବାରଣ କରାଯାଇଛି।

ସମ୍ବନ୍ଧିତ ଖବର