ଜୀବନ ବଞ୍ଚାଇବା ପାଇଁ କିଡନି ଦେଲା ପ୍ରେମିକା, ସୁସ୍ଥ ହେବା ପରେ ଏହି କାରଣ ଦେଇ ସମ୍ପର୍କ ଭାଙ୍ଗିଲା ପ୍ରେମିକ

ନୂଆଦିଲ୍ଲୀ: ନୂଆ ଜୀବନ ପାଇବା ପରେ ଭୁଲିଗଲା ପ୍ରେମିକ | କିଡନି ସମସ୍ୟା ଥିବା ଜାଣି ପ୍ରେମିକା ନିଜର କିଡନି ଦାନ କରିଥିଲା | ହେଲେ ସୁସ୍ଥ ହେବା ପରେ ଧନ୍ୟବାଦ କହିବା ପରିବର୍ତ୍ତେ ସମ୍ପର୍କ ଭାଙ୍ଗିଲା ପ୍ରେମିକ | ଖବରଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ | ଆମେରିକାର ୩୦ ବର୍ଷୀୟ କଲିନ୍ ଲେଙ୍କ ସହ ଘଟିଛି ଏଭଳି ଘଟଣା | ସୋସିଆଲ ମିଡିଆରେ ସେ ଏକ ଭିଡିଓ ସେୟାର କରି ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇଛନ୍ତି |

navbharattimes

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓ ଅନୁଯାୟୀ, ୬ ବର୍ଷ ପୂର୍ବେ ସେ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ | କିଛି ବର୍ଷର ସମ୍ପର୍କ ପରେ ପ୍ରେମିକଙ୍କ କିଡନିରେ ସମସ୍ୟା ଥିବା ଜଣାପଡିଥିଲା | ତାଙ୍କ କିଡନି ମାତ୍ର ୫ପ୍ରତିଶତ କାମ କରୁଥିବା ଜାଣି କଲିନ୍ ନିଜ କିଡନି ଦେବାକୁ ନିଷ୍ପତ୍ତି ନେଇଥିଲେ | କିଡନି ଦେବା ପରେ ସୁସ୍ଥ ହୋଇଥିଲେ କଲିନଙ୍କ ପ୍ରେମିକ | ହେଲେ ସୁସ୍ଥ ହେବା ପରେ ସେ କଲିନଙ୍କ ସହ ସବୁ ସମ୍ପର୍କ ଭାଙ୍ଗି ଦେଇଥିଲେ | ଅନ୍ୟ ନଜରରେ ନିଜକୁ ମହାନ ଦେଖାଇବା ପାଇଁ କଲିନ୍ କିଡନି ଦାନ କରିଥିବା କହି ସମ୍ପର୍କ ଭାଙ୍ଗିଥିଲା ପ୍ରେମିକ | ତେବେ କଲିନଙ୍କ ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ତାଙ୍କର ଏହି କାହାଣୀ ଏବେ ଲୋକଙ୍କୁ ପସନ୍ଦ ଆସିବାରେ ଲାଗିଛି |

ସମ୍ବନ୍ଧିତ ଖବର