ବିନା ଆଘାତରେ ଯୁବତୀଙ୍କ ଆଖି, ପାପୁଲି ଓ ପାଦରୁ ବାହାରୁଛି ରକ୍ତ, ଜାଣନ୍ତୁ କାରଣ

ପାଟନା: ଜଣେ ଛାତ୍ରୀଙ୍କୁ ସରକାରୀ ହସ୍‌ପିଟାଲର ଜରୁରୀକାଳିନ ଓ୍ଵାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଏହି ଛାତ୍ରୀଙ୍କୁ ଦେଖିବା ପାଇଁ ହସ୍‌ପିଟାଲ ପରିସରରେ ହଇଚଇ ସୃଷ୍ଟି ହୋଇଛି। କାରଣ ତାଙ୍କର ଶରୀରର ବିିଭିନ୍ନ ଅଂଶରୁ ଆକସ୍ମିକ ଭାବେ ରକ୍ତ ବାହାରୁଥିବାର ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ଝିଅଟି ଶରୀରରେ କୌଣସି କ୍ଷତାକ୍ତ ଚିହ୍ନ ନାହିଁ। ତେବେ ଆସନ୍ତୁ ଘଟଣାଟି କ’ଣ ଜାଣିବା।

ସୂଚନାଯୋଗ୍ୟ, ବିହାରର ସହରସା ଜିଲ୍ଲାସ୍ଥିତ ସୋରବାଜାର ଥାନା ଅଞ୍ଚଳରେ ତିରି ବରାହିରେ ବସବାସ କରୁଥିବା ସୁଖଦେବ ଶର୍ମା ଓ ମନୋର ଦେବିଙ୍କ କନ୍ୟା ଗୀତା। ସେ କଲେଜରେ ପାଠପଢ଼ୁଥିବା ସମୟରେ ହଠାତ୍‌ ଅଚେତ ହୋଇପଡ଼ିଥିଲା। ଲହାପରେ ଗୀତା ଶରୀର ବିଭିନ୍ନ ସ୍ଥାନରୁ ରକ୍ତ ବାହାରୁ ଥିବା ଦେଖିବାକୁ ମିଳିିଥିଲା। ତେବେ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଖବର ଦେବା ପରେ ସେମାନେ ଝିଅକୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ବି ସଙ୍ଗେସଙ୍ଗେ ଗୀତାର ଚିକିତ୍ସା ଆରମ୍ଭ କରିଥିଲେ।

ଏହି ଅଜବ ରୋଗ ସମ୍ପର୍କରେ ଶୁଣିବା ପରେ ଝିଅକୁ ଦେଖିବା ପାଇଁ ହସ୍‌ପିଟାଲରେ ଭିଡ ଜମି ଥିଲା। ସମସ୍ତେ ଏହା ଜାଣିବା ପାଇଁ ଚେଷ୍ଟା କରୁଥିଲେ କି କିପରି କୌଣସି ଆଘାତ ନଲାଗି ବି ଗୀତା ଶରୀରରୁ ରକ୍ତ ବାହାରୁଛି। ଗୀତାଙ୍କ ହାତ, ପାପୁଲି, ଆଖି ଓ ଶରୀର ଅଧିକାଂଶ ସ୍ଥାନରେ ଏପରି ଆକସ୍ମିକ ରକ୍ତ ବାହାରୁଥିଲା। ଗୀତାଙ୍କ ଚିକିତ୍ସା କରୁଥିବା ଡାକ୍ତର ଶରୀରରେ ପ୍ଲେଟଲେଟସ୍‌ କମ୍‌ କାରଣରୁ ଏପରି ହେଉଛି ବୋଲି କହିଥିଲେ।

ଦୁଇମାସ ପୂର୍ବେ ଝିଅର ଏଭଳି ଅବସ୍ଥା ଦେଖିବାକୁ ମିଳିଥିଲା ବୋଲି ଗୀତାର ପରିବାର ଲୋକ କହିଛନ୍ତି। ଏହାପରେ ତାର ଚିକିତ୍ସା ପାଇଁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ୫ଦିନ ପର୍ଯ୍ୟନ୍ତ ଚିକିତ୍ସା ଚାଲିବା ପରେ ଝିଅର ଶରୀର ଅବସ୍ଥା ସାମନ୍ୟ ହୋଇଯାଇଥିଲା।

ସମ୍ବନ୍ଧିତ ଖବର